ସାବରିମାଲା ଯାଉଥିବା ତୀର୍ଥଯାତ୍ରୀ ଦଳ ଉପରେ ବଣୁଆ ହାତୀ ଆକ୍ରମଣ, ଯୁବକ ମୃତ

କୋଚି: କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ଦର୍ଶନ କରିବାକୁ ଯାଉଥିବା ଏକ ତୀର୍ଥଯାତ୍ରୀ ଦଳଙ୍କ ଉପରେ ବଣୁଆ ହାତୀ ଆକ୍ରମଣ କରିବାରୁୁ ଜଣେ ତୀର୍ଥଯାତ୍ରୀ ନିହତ ହୋଇଛନ୍ତି । ୩୫ ବର୍ଷୀୟ ଏହି ତୀର୍ଥଯାତ୍ରୀଙ୍କ ନାଁ ପରମ ଶିବମ । ସେ ପେରିୟାର ବାଘ୍ର ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ସାବରିମାଲା ପର୍ବତକୁ ଯାଉଥିବାବେଳେ ଏହି ଘଟଣା ଘଟିଛି ।

ମିଳିଥିବା ସୂଚନା ମୁତାବକ, ତାମିଲନାଡୁରୁ ଆସିଥିବା ପ୍ରାୟ ୧୦ରୁ ୧୫ ଜଣ ତୀର୍ଥଯାତ୍ରୀଙ୍କ ଏକ ଦଳ ପେରିୟାର ବାଘ୍ର ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ସାବରିମାଲା ପର୍ବତକୁ ଯାଉଥିଲେ । ଏହି ଦଳରେ ଶିବମ ଓ ତାଙ୍କ ଭାଣଜୀ ମଧ୍ୟ ଥିଲେ । ବଣୁଆ ହାତୀମାନେ ତାଙ୍କ ଭାଣଜୀଙ୍କୁ ଆକ୍ରମଣ କରିବାରୁ ତାକୁ ବଞ୍ଚାଇବାକୁ ଯାଇ ଶିବମ ହାତୀ ସମ୍ମୁଖକୁ ଚାଲିଯାଇଥିଲେ । ଏହାଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଶିବମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ରାତି ୧୧ଟାରେ ଏହି ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର