ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ତତ୍ପରତା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ମଙ୍ଗଳବାର ଋଷିକେଶ ଏମ୍ସର ଜରୁରୀକାଳୀନ ୱାର୍ଡକୁ  ଗାଡ଼ି ନେଇ ପଶି ଯାଇଥିଲା। ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୁକ୍ତ ଜଣେ ନର୍ସିଂ ଅଧିକାରୀଙ୍କୁ ଗିରଫ କରିବାକୁ ଏହି ତତ୍ପରତା ପ୍ରକାଶ କରିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

୨୬ ସେକେଣ୍ଡର କ୍ଲିପକୁ ଦେଖିଲେ ଆପଣ ଏକ ଆକ୍ସନ୍ ଚଳଚ୍ଚିତ୍ରର ଦୃଶ୍ୟ ବୋଲି ଅନୁମାନ କରିବେ। ପୁଲିସ୍ କାର୍ ଏକ ଜନଗହଳିପୂର୍ଣ୍ଣ ଜରୁରୀକାଳୀନ ୱାର୍ଡ ଭିତରେ ପଶୁଥିବାର ଦେଖାଯାଇଛି। ଉଭୟ ପାର୍ଶ୍ୱରେ ଶଯ୍ୟାରେ ଧାଡିରେ ରୋଗୀ ଅଛନ୍ତି। ସୁରକ୍ଷା କର୍ମୀଙ୍କ ଏକ ଗୋଷ୍ଠୀ ଏସୟୁଭି ପାଇଁ ରାସ୍ତା ସଫା କରୁଥିବା ଦେଖାଯାଉଛି। ରୋଗୀଙ୍କୁ ରାସ୍ତାରୁ ବାହାରକୁ ଠେଲି ଦେଉଛନ୍ତି। ଏହା ସମୟରେ ଘଟଣାସ୍ଥଳରେ ଅନେକ ପୁଲିସ ଅଧିକାରୀ ଦୃଶ୍ୟମାନ ହେବା ସହିତ କାର ଆଗକୁ ଆଗକୁ ମାଡ଼ି ମାଡ଼ି ଚାଲୁଛି।

ପୁଲିସର ସୂଚନାନୁସାରେ, ନର୍ସିଂ ଅଧିକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକ ଅପରେସନ୍ ଥିଏଟର ଭିତରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ  ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ନିଲମ୍ବିତ ହୋଇଥିବା ସତୀଶ କୁମାର ମଧ୍ୟ ଡାକ୍ତରଙ୍କ ନିକଟକୁ ଅଶ୍ଳୀଳ ଏସଏମଏସ ପଠାଇଥିବା ଅଭିଯୋଗ ହୋଇଛି। ବୋଲି ଋଷିକେଶ ପୁଲିସ ଅଧିକାରୀ ଶଙ୍କର ସିଂ ବିଷ୍ଟ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି।