କେଦାରନାଥ: ଭିଡ଼କୁ ଏଡ଼େଇ ସହଜରେ କେଦାରନାଥ ଧାମରେ ପହଞ୍ଚିବା ପାଇଁ ଜଣେ କିଛି ବ୍ୟକ୍ତି ଯେଉଁ ଉପାୟ ଅବଲମ୍ବର କରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ସେମାନେ ଟ୍ରାଫିକ ଜାମରୁ ରକ୍ଷା ପାଇବାକୁ ଚାହୁଁଥିଲେ, କେଦାରନାଥ ଧାମରେ ଶୀଘ୍ର ପହଞ୍ଚିବାକୁ ମଧ୍ୟ ଚାହୁଁଥିଲେ। ତେଣୁ, ସେମାନେ ଆମ୍ବୁଲାନ୍ସ ଭଡ଼ା କରି 'ଜରୁରୀକାଳୀନ' ରାସ୍ତା ନେବାକୁ ଚିନ୍ତା କରିଥିଲେ। ହେଲେ ସେମାନେ ପୁଲିସକୁ ଚକମା ଦେଇ ପାରିଲେ ନାହିଁ ଏବଂ ବାଟରେ ଧରାପଡ଼ିଗଲେ। ସୋନପ୍ରୟାଗ ପୁଲିସ ଦୁଇଟି ଆମ୍ବୁଲାନ୍ସକୁ ଜବତ କରି ଦୁଇ ଡ୍ରାଇଭରଙ୍କ ବିରୋଧରେ ଏକ ଚାଲାଣ କାଟିଥିବା ଜଣାପଡ଼ିଛି।
ଜୁନ୍ ୧୪ ତାରିଖରେ ଭକ୍ତମାନେ ହରିଦ୍ୱାରରୁ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଦୁଇଟି ଆମ୍ବୁଲାନ୍ସ ବୁକ୍ କରି ତାହାକୁ ଟ୍ୟାକ୍ସିରେ ପରିଣତ କରିଥିଲେ। ଉଦ୍ଦେଶ୍ୟ ଥିଲା ଖୁବ୍ ସରଳ। ଟ୍ରାଫିକ୍ ଏଡାଇବା ଏବଂ ଶୀଘ୍ର ମନ୍ଦିରରେ ପହଞ୍ଚିବା ଥିଲା ସେମାନଙ୍କା ଏକମାତ୍ର ଲକ୍ଷ୍ୟ।
ତୀର୍ଥଯାତ୍ରୀମାନେ ଜାଣିଥିଲେ ଯେ ପୁଲିସ ଆମ୍ବୁଲାନ୍ସକୁ ଅଟକାଇବ ନାହିଁ। ଆମେ ଜାଣନ୍ତି ଯେ ଆମ୍ବୁଲାନ୍ସ ହେଉଛି ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନାକୁ ପରିବହନ କରିବା ପାଇଁ ବ୍ୟବହୃତ ଏକ ଜରୁରୀକାଳୀନ ସେବା ଯାନ। ସେଥିପାଇଁ ସେମାନେ ବୁଦ୍ଧି ଖଟାଇ ଆମ୍ବୁଲାନ୍ସରେ ଚଢ଼ିଲେ, ସାଇରନ୍ ବଜାଇଲେ ଏବଂ ସେମାନଙ୍କର ଯାତ୍ରା ଆରମ୍ଭ କଲେ।
ସେମାନେ ସୁରକ୍ଷିତ ଭାବରେ ଗୋଟିଏ ପରେ ଗୋଟିଏ ସମସ୍ତ ଚେକ୍ ପୋଷ୍ଟ ପାର କଲେ। ନିୟମ ଅନୁସାରେ, ଯେତେବେଳେ କେହି ଭକ୍ତ ଅସୁସ୍ଥ ହୁଅନ୍ତି କିମ୍ବା ଗୌରୀକୁଣ୍ଡରୁ କେଦାରନାଥ ଯିବା ରାସ୍ତାରେ କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ, ସମସ୍ତ ଚେକ୍ ପୋଷ୍ଟକୁ ସତର୍କ କରିଦିଆଯାଏ। କିନ୍ତୁ, ସୋନପ୍ରୟାଗ ପୁଲିସ ଦୁଇଟି ଆମ୍ବୁଲାନ୍ସ ବିଷୟରେ କୌଣସି ସୂଚନା ପାଇ ନଥିଲା। ସେଇଠୁ ସନ୍ଦେହ ଉପୁଜିଥିଲା। ପୁଲିସ୍ ଯେତେବେଳେ ସାଇରନ୍ ବାଜି ଦ୍ରୁତ ଗତିରେ ଆସୁଥିବା ଦୁଇଟି ଗାଡ଼ିକୁ ଦେଖିଲେ, ସେମାନେ ସେମାନଙ୍କୁ ଅଟକାଇଲେ। ଆଶ୍ଚର୍ଯ୍ୟଜନକ ଭାବରେ, ଦୁଇଟି ଆମ୍ବୁଲାନ୍ସ ଶୀତତାପ ନିୟନ୍ତ୍ରିତ ଯାନଗୁଡ଼ିକର ଉପଭୋଗ କରି ଭକ୍ତମାନଙ୍କୁ ଆତିଥ୍ୟ ଦେଇଥିଲା।