ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁମାନଙ୍କୁ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ସ୍ପର୍ମ ଡୋନରଙ୍କ ସାହାଯ୍ୟ ଲୋଡ଼ା ହୋଇଥାଏ । ସେମାନଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଥାଏ ଇଣ୍ଟରନ୍ୟାସ୍ନାଲ ସ୍ପର୍ମ ଏବଂ ଏଗ୍ ବ୍ୟାଙ୍କ ‘କ୍ରାୟୋସ୍’ । କ୍ରାୟୋସ ତରଫରୁ ବହୁ ଦମ୍ପତିଙ୍କୁ ସ୍ପର୍ମ ଦିଆ ଯାଇ ସେମାନଙ୍କୁ ମାତା-ପିତାର ସୌଭାଗ୍ୟ ଦିଆ ଯାଇ ସାରିଥିବା ବେଳେ ଏବେ କ୍ରାୟୋସ୍ ନିଜ ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଥିବା ଜଣାପଡ଼ିଛି । ଏବେ ସୁନ୍ଦର ଶିଶୁ ଚାହୁଁଥିବା ଦମ୍ପତିମାନେ ସ୍ପର୍ମ ନେବା ପୂର୍ବରୁ ଡୋନରଙ୍କ ଫଟୋ ଦେଖି ଚୟନ କରି ପାରିବେ ବୋଲି ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/01/Infant-feet-Custom-300x200.jpg)
ସୁନ୍ଦର ଶିଶୁ ପାଇଁ ସବୁଠାରୁ ସୁନ୍ଦର ସ୍ପର୍ମ ଡୋନରଙ୍କୁ ବାଛିବାର ଅଧିକାର ଏବେ ଦମ୍ପତିମାନଙ୍କୁ ମିଳିବ ବୋଲି ଜଣା ପଡ଼ିଛି । ଏ ନେଇ କ୍ରାୟୋସ୍ର େଓ୍ଵବ୍ସାଇଟ୍ରେ ଡୋନରମାନଙ୍କର ଫଟୋ ଦିଆଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଫଟୋ ଛାଡ଼ିବା ପରେ େଓ୍ଵବ୍ସାଇଟ୍କୁ ଅଧିକରୁ ଅଧିକ ଲୋକ ଆସୁଛନ୍ତି । ଯାହା ଦ୍ୱାରା କମ୍ପାନୀକୁ ଅଧିକରୁ ଅଧିକ ଲାଭ ମିଳୁଛି ।