ନିଜ ୪ ଝିଅଙ୍କୁ ଅସଦାଚରଣରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଚିଠି ଲେଖିଲେ ବାପା

ମିରଟ୍‌ : ଉତ୍ତରପ୍ରଦେଶର ମିରଟ୍‌ରେ ରହୁଥିବା ଜଣେ ବ୍ୟକ୍ତି ନିଜ ୪ ଜଣ ଝିଅଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ଚିଠିରେ ତାଙ୍କ ପଡ଼ୋଶୀ ଘରେ ରହୁଥିବା ଯୁବକମାନେ ତାଙ୍କ ଝିଅମାନଙ୍କୁ ଅସଦାଚରଣ କରୁଥିବା ସେ ଲେଖିଛନ୍ତି । ସେ ଚିଠିରେ ଲେଖିଛନ୍ତି, “କିଛି ମାସ ଆଗରୁ ପଡ଼ୋଶୀ ଯୁବକଙ୍କ ଏପରି ବ୍ୟବହାର ଆରମ୍ଭ ହୋଇଥିବା ବେଳେ ଏବେ ଏହା ଚରମ ସୀମାରେ ପହଞ୍ଚିଛି । ଏପରିକି ମୋ ଝିଅମାନେ ସେମାନଙ୍କ ଡ଼ରରେ ମାଦ୍ରାସା ଯିବା ବନ୍ଦ କରି ଘରେ ରହିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଘରେ ରହି ମଧ୍ୟ ସେମାନଙ୍କ ସମସ୍ୟାର ସମଧାନ ହୋଇ ନାହିଁ । କାରଣ କିଛି ଦିନ ତଳେ ପଡ଼ୋଶୀ ଯୁବକମାନେ ଘରକୁ ଆସି ଏସିଡ଼୍‍ ମାଡ଼ କରିବାର ଧମକ ଦେଇ ଯାଇଛନ୍ତି । ଦିନକ ଦିନ ଏହି ସମସ୍ୟା ଆମର ବଢ଼ିବାରେ ଲାଗିଛି । ଧିରେ ଧିରେ ଆମର ବାହାରକୁ ଯିବା ବନ୍ଦ ହୋଇ ଯାଇଛି।”

dnaindia.com

ଏ ନେଇ ପୁଲିସରେ ଅଭିଯୋଗ ନ କରି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଜଣାଇଥିବା ବେଳେ ଏ ବିଷୟରେ ସୂଚନା ପାଇ ନିଜଆଡ଼ୁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର