ନୂଆଦିଲ୍ଲୀ: ପାକ ଅଧିକୃତ କଶ୍ମୀରକୁ ପୁନରୁଦ୍ଧାର କରିବା ସରକାରଙ୍କ ଏଜେଣ୍ଡାରେ ରହିଛି ବୋଲି ସୋମବାର ବିଜ୍ଞାନ ଓ ବୈଷୟିକ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ସେ ବ୍ରିଟେନ ଗସ୍ତରେ ଥିବାବେଳେ ଏକ ଛାତ୍ର ଗୋଷ୍ଠୀ ସହ ବୈଠକରେ ଏହା କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦାୟିତ୍ବ ଗ୍ରହଣ କରିବା ପରେ ଅତୀତର ଅନେକ ସମସ୍ୟାକୁ ସମାଧାନ କରିଛନ୍ତି, ଯାହାକି ୧୯୪୭ ପରଠାରୁ ରହିଥିଲା। ଜମ୍ମୁ କଶ୍ମୀରରେ ଲାଗୁ ହୋଇଥିବା ୩୭୦ ଧାରାକୁ ଉଠାଇ ସେ ଏକ ବଡ ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଜମ୍ମୁ କଶ୍ମୀର ବାସୀଙ୍କୁ ଦେଶର ଅନ୍ୟ ପ୍ରତିପକ୍ଷଙ୍କ ସହ ସମାନ ଅଧିକାର ପ୍ରଦାନ କରାଯାଇଛି। ଜାମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଯଦି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତତ୍କାଳୀନ ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ଅନ୍ୟ ରାଜ୍ୟଗୁଡିକ ପରି ଜାମ୍ମୁ କଶ୍ମୀର ଦାୟିତ୍ବ ଦେଇଥାନ୍ତେ ତେବେ ଜମ୍ମୁ କଶ୍ମୀର ଅବସ୍ଥା ଏଭଳି ହୋଇନଥାନ୍ତା ବୋଲି ସେ କହିଛନ୍ତି।