ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁନନ୍ଦ ପୁଷ୍କର ଅପମୃତ୍ୟୁ ମାମଲାରେ ନିଜର ସ୍ଥିତି ଓ ଆବେଦନର ଯଥାର୍ଥତା ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ୩ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ଦିବସକୁ ଧାର୍ଯ୍ୟ କରିଛନ୍ତି। ସୁନନ୍ଦ ପୁଷ୍କର ଅପମୃତ୍ୟୁ ମାମଲାର ସିବିଆଇ ପରିଚାଳିତ ଏସ୍ଆଇଟି ଦ୍ୱାରା ତଦନ୍ତ କରାଇବାକୁ ଦାବି କରି ଗତବର୍ଷ ଜୁଲାଇ ମାସରେ ସୁବ୍ରମଣ୍ୟମ୍ ସ୍ୱାମୀ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର୍ କରିଥିଲେ। ମାତ୍ର ଅକ୍ଟୋବର ୨୬ରେ ହାଇକୋର୍ଟ ଏକ ରାଜନୈତିକ ସ୍ୱାର୍ଥ ସମ୍ବଳିତ ଆବେଦନକୁ ଜନସ୍ୱାର୍ଥ ଭାବେ ଉପସ୍ଥାପିତ କରାଯିବାର କୌଣସି ଯଥାର୍ଥତା ନାହିଁ ବୋଲି ଟିପ୍ପଣୀ କରିସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟ ବିରୋଧରେ ସୁବ୍ରମଣ୍ୟମ୍ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୋମବାର ବିଚାରପତି ଅରୁଣ ମିଶ୍ର ଓ ଅମିତାଭ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ତେବେ ଆବେଦନର ବୈଧତା ଓ ଯଥାର୍ଥତା ସମ୍ପର୍କରେ ସନ୍ତୁଷ୍ଟ ହେବା ପରେ ହିଁ ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଆବେଦନର ଶୁଣାଣି ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ପୁଲିସର ତଦନ୍ତର ସ୍ଥିତି ଓ ଆବେଦନର ଯଥାର୍ଥତା ସମ୍ପର୍କରେ ଅଦାଲତକୁ ଜଣାଇବାକୁ ସୁବ୍ରମଣ୍ୟମ୍ଙ୍କୁ କୁହାଯାଇଛି।
ନିଜର ସ୍ଥିତି ସ୍ପଷ୍ଟ ପାଇଁ ସୁବ୍ରମଣ୍ୟମଙ୍କୁ ନିର୍ଦ୍ଦେଶ
ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲା
/sambad/media/post_attachments/wp-content/uploads/2018/01/subramanyam-swamy1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)