କରୋନାଭାଇରସ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ୨ ଦିନରେ ୧,୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ତିଆରି କଲା ଚୀନ୍
ନୂଆଦିଲ୍ଲୀ: ଚୀନ୍ରେ କରୋନାଭାଇରସ୍ରେ ୧୦୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୦୦୦ରୁ ଅଧିକ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବେ ଚୀନ୍ ସରକାର ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ୨ଦିନରେ ଖାଲି ପଡ଼ିଥିବା ଏକ କୋଠାକୁ ଡାକ୍ତରଖାନାରେ ପରିଣତ କରିଛନ୍ତି ଚୀନ୍ ସରକାର। ଏହି ଡାକ୍ତରଖାନାରେ କେବଳ କରୋନାଭାଇରସ ସଂକ୍ରମିତ ହୋଇଥିବା ରୋଗୀଙ୍କ ଚିକିତ୍ସା କରାଯିବ। ଏଠାରେ ଏକା ସାଙ୍ଗରେ ୧,୦୦୦ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟାର ବ୍ୟବସ୍ଥା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
China is building a 1,000 bed hospital from scratch in #Wuhan in response to the #Coronavirus outbreak. Construction is expected to take just 10 days pic.twitter.com/CNAGIEXwMC
— Ian Fraser (@Ian_Fraser) January 24, 2020
ଡାକ୍ତରଖାନାଟି ଉହାନ୍ ପାଖରେ ଥିବା ଏକ ସହରରେ ନିର୍ମାଣ କରାଯାଇଛି। ଚୀନର ପାରାମିଲିଟାରୀ ପୁଲିସ , ସ୍ବେଚ୍ଛାସେବୀ, ଶ୍ରମିକ ଏବଂ ନିର୍ମାଣ କମ୍ପାନି ମିଳିତ ଭାବରେ ୨ଦିନରେ ଡାକ୍ତରଖାନାକୁ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଡାକ୍ତରଖାନାର ନାଁ ଡୈବୀ ମାଉଣ୍ଟେନ ରିଜନାଲ ମେଡିକାଲ ସେଣ୍ଟର ରଖାଯାଇଥିବା ବେଳେ କିଛି ରୋଗୀଙ୍କୁ ଏହି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ସାରିଲାଣି। ଆଗକୁ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା ନିର୍ମାଣ ହେବାକୁ ଥିବା ବେଳେ କିଛି ଡାକ୍ତରଖାନାର ନିର୍ମାଣ କାମ ଆରମ୍ଭ ହୋଇ ସାରିଲାଣି।