ଦେଶରେ କରୋନା ଭାଇରସ୍‌ରେ ଦିନକରେ ୬୭୮ନୂଆ ଆକ୍ରାନ୍ତ, ୩୩ମୃତ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୬୧ରେ ପହଞ୍ଚିଲା, ୨୦୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆଜି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୧ରେ ପହଞ୍ଚିଛି। ଏଥିରୁ ୬୦୩୯ଟି ସକ୍ରିୟ ମାମଲା ଥିବା ବେଳେ ୧୯୯ ଲୋକ ଏହି ବୈଶ୍ବିକ ମହାମାରୀରେ ପ୍ରାଣ ହରାଇଛନ୍ତି। ତେବେ ୫୧୬ ଜଣ ଆକ୍ରାନ୍ତ ସଂକ୍ରମଣମୁକ୍ତ ହୋଇ ହସ୍ପିଟାଲରୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୮ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ପଂଜାବରେ ଗୋଷ୍ଠୀ ସଂକ୍ରମଣ କେତେକ ଅଂଚଳରେ ଆରମ୍ଭ ହୋଇସାରିଥିବାରୁ ଲକ୍‌ଡାଉନ୍‌ ଅବଧି ମେ’ ୧ ପର୍ଯ୍ୟନ୍ତ ବଢ଼ାଯାଇଥିବା ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି।

ପଂଜାବରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ଲକ୍‌ଡାଉନ୍‌ ମେ’ ୧ ପର୍ଯ୍ୟନ୍ତ ବଢ଼ିଲା
ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦୀ
ତାମିଲନାଡୁ: ଦିନକରେ ୭୭ ମାମଲା

ମହାରାଷ୍ଟ୍ରରେ ଏବେ ଦେଶ‌ର ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ କରୋନା ଯୋଗୁଁ ୯୭ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୧୩୬୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେବଳ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ୧ ହଜାର ଟପିଯାଇଛି। ତାମିଲନାଡ଼ୁରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ରେ ପହଞ୍ଚିଛି। ଏଠାରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୪ ଶହ ଜମାତୀ ଥିବା ଜଣାପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ୭୭ ନୂଆ ମାମଲା ସାମନାକୁ ଆସିଛି। ଏଠାରେ ୨୧ ଜଣ ସଂକ୍ରମଣମୁକ୍ତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୭୨୦ରେ ପହଞ୍ଚିଛି ଏବଂ ଏଠାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ୨୫ରୁ ଅଧିକ ଅଂଚଳକୁ ସିଲ୍‌ କରାଯାଇଛି ଏବଂ ସଂକ୍ରମଣ ରୋକିବାକୁ ବ୍ୟାପକ ପଦ‌େକ୍ଷପ ଗ୍ରହଣ କରାଯାଇଛି। ରାଜସ୍ଥାନରେ ୪୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେଲେଙ୍ଗାନାରେ ୪୪୨ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଉତ୍ତର ପ୍ରଦେଶରେ ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୦ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆଲୋଚନା କରିବେ। ଲକ୍‌ଡାଉନ୍‌ ଅବଧି ବଢ଼ାଇବା କିମ୍ବା ଶେଷ କରିବା ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ନେଇ ଦେଶବାସୀଙ୍କୁ ମଧ୍ୟ ଆସନ୍ତାକାଲି ଉଦ୍‌ବୋଧନ ଦେଇପାରନ୍ତି।

ସମ୍ବନ୍ଧିତ ଖବର