ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅେଯାଧ୍ୟା ଜମି ମାମଲାର ଶୁଣାଣି ଆସନ୍ତାକାଲିଠାରୁ ସୁପ୍ରିମ୍ କୋର୍ଟରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ ଏବଂ କେ ଏମ୍ ଯୋଶେଫଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚାଲେଞ୍ଜ୍ କରାଯାଇ ହୋଇଥିବା କିଛି ଆବେଦନର ବିଚାର କରାଯିବ। ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ୍ ଅଞ୍ଚଳରେ ଥିବା ୨.୭୭ ଏକର ଜମିକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ବିଶେଷକରି ମାମଲା ସହିତ ହିନ୍ଦୁ ଓ ମୁସ୍ଲିମ୍ ସମ୍ପ୍ରଦାୟ ଲୋକଙ୍କ ଭାବନା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ସୁପ୍ରିମ୍ କୋର୍ଟଙ୍କ ଶୁଣାଣି ବେଶ୍ ଗୁରୁତ୍ବ ବହନ କରୁଛି। ଏହି ଜମିକୁ ନେଇ ହିନ୍ଦୁ ଓ ମୁସ୍ଲିମ୍ଙ୍କ ମଧ୍ୟରେ ପ୍ରାୟ ଶହେ ବର୍ଷ ହେଲା ବିବାଦ ଲାଗିରହିଛି। ଗୋଟିଏ ପଟେ ହିନ୍ଦୁମାନେ ଦାବି କରୁଛନ୍ତି ଯେ ଅଯୋଧ୍ୟାର ଉକ୍ତ ଜମିରେ ଏକ ହିନ୍ଦୁ ମନ୍ଦିର ଥିଲା, ଯାହାକୁ ଭାଙ୍ଗି ବାବ୍ରୀ ମସ୍ଜିଦ୍ ନିର୍ମାଣ କରାଯାଇଥିଲା। ହିନ୍ଦୁମାନଙ୍କର ଏହି ଦାବିକୁ କିଛି ମୁସ୍ଲିମ୍ ଗୋଷ୍ଠୀ ଖଣ୍ଡନ କରିଥିଲେ। ୧୫୨୮ ମସିହାରୁ ଏହି ବିବାଦ ଲାଗିରହିଛି। ତେବେ ବିବାଦ ଧୀରେ ଧୀରେ ବଢ଼ି ୧୯୯୨ରେ ଉଗ୍ର ରୂପ ନେଇଥିଲା। ୧୯୯୨ ଡିସେମ୍ବର ୬ରେ ବହୁ ସଂଖ୍ୟକ ହିନ୍ଦୁ କର ସେବକ (ସାମାଜିକ କର୍ମୀ) ଏକତ୍ର ହୋଇ ୟୁପିର ଅଯୋଧ୍ୟା ସହରରେ ଗଢ଼ିଉଠିଥିବା ଶୋଡ଼ଷ ଶତାବ୍ଦୀର ବାବ୍ରୀ ମସ୍ଜିଦ୍କୁ ଭାଙ୍ଗିଦେଇଥିଲେ। ଏହା ପରଠାରୁ ବିବାଦ ଥମିବାର ନାଁ ନେଉନାହିଁ। ୨୦୧୦େର ଆହ୍ଲାବାଦ ହାଇକୋର୍ଟ କିଛି ଆବେଦନର ଶୁଣାଣି କରି ଉକ୍ତ ବିବାଦୀୟ ଜମିକୁ ୩ ଭାଗ କରିଦେଇ ରାମ ଲଲା, ସୁନ୍ନି ୱାକ୍ଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ା ମଧ୍ୟରେ ସମାନ ସମାନ ଭାଗରେ ବାଣ୍ଟିବାକୁ ଆଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରାଯାଇଥିଲା। ୧୯୯୪ରେ ଇସମାଇଲ ଫାରୁକି ମାମଲାର ବିଚାର କରି କୋର୍ଟ ମସଜିଦକୁ ଇସ୍ଲାମ୍ର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ରାୟ ଦେଇଥିଲେ। ଏଠାରେ ନମାଜ ପଢ଼ିବା ଇସ୍ଲାମର ମଧ୍ୟ ଅଭିନ୍ନ ଅଂଶ ନୁହେଁ ବୋଲି ଦର୍ଶାଇଥିଲେ। ୧୯୯୪ ରାୟକୁ ଚାଲେଞ୍ଜ୍ କରାଯାଇ ସୁପ୍ରିମ୍ କୋର୍ଟରେ ପୁଣି ଆବେଦନ ହୋଇଥିଲା। ତେବେ ଚଳିତବର୍ଷ େସପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ମସ୍ଜିଦ୍ ଇସଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥିେଲ ତାହାର ପୁନର୍ବିଚାର ନ କରିବାକୁ ଖଣ୍ଡପୀଠ କହିଥିଲେ। ଏଥିସହିତ ମାମଲାକୁ ବୃହତ୍ ବା ୫ ଜଣିଆ ସମ୍ବିଧାନ ଖଣ୍ଡପୀଠଙ୍କ ନିକଟକୁ ପଠାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ବହୁମତ ଆଧାରରେ ସୁପ୍ରିମ୍ କୋର୍ଟଙ୍କ ତିନିଜଣିଆ ପୀଠ ଏଭଳି ରାୟ ଦେଇଥିଲେ। ପୂର୍ବ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଅଶୋକ ଭୂଷଣଙ୍କ ବହୁମତ ଆଧାରରେ ଏହି ରାୟ ପ୍ରକାଶ ପାଇଥିଲା ବେଳେ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଭିନ୍ନ ମତପୋଷଣ କରିଥିଲେ। ଆସନ୍ତାକାଲି ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବାକୁ ଯାଉଛନ୍ତି।
ଆଜିଠୁ ଅଯୋଧ୍ୟା ଶୁଣାଣି
/sambad/media/post_attachments/wp-content/uploads/2018/10/Ayodhya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)