ଆଜି ଇଦ୍

ନୂଆଦିଲ୍ଲୀ: ବୁଧବାର ଦିନ ସାରା ଦେଶରେ ଆନନ୍ଦ ଓ ଉଲ୍ଲାସର ପର୍ବ ଇଦ୍-ଉଲ୍-ଫିତର ପାଳନ କରାଯିବ। ଆଜି ସନ୍ଧ୍ୟାରେ ନୂଆ ଚନ୍ଦ୍ର ଦର୍ଶନ ପରେ ଏହି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦର ସାହୀ ଇମାମ ସୟଦ ଅହମ୍ମଦ ବୁଖ‌ାରୀ। ଚାନ୍ଦ କମିଟିର ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ଏହାସହିତ ଏକ ମାସ ଧରି ଚାଲିଥିବା ଉପବାସର ମାସ ପବିତ୍ର ରମଜାନର ଆଜି ଥିଲା ଶେଷ ଦିନ। ବୁଧବାର ଦିନ ବିଭିନ୍ନ ମସଜିଦ୍ ଓ ଇଦ୍‌ଘାରେ ସ୍ବତନ୍ତ୍ର ଇଦ୍ ପ୍ରାର୍ଥନାର ଆୟୋଜନ କରଯାଉଛି। ଓଡ଼ିଶାରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମୁସଲମାନ ସଂପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର