ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଏନ୍ଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହେବାକୁ ଥିବା ଏହି ଶକ୍ତି ପରୀକ୍ଷା ପାଇଁ ଏବେ ଦିଲ୍ଲୀ ରାଜନୀତି ସରଗରମ ରହିଛି। ଗତକାଲି ଏନ୍ସିପି ସାଂସଦ ବନ୍ଦନା ଚୌହାନ୍ ବିରୋଧୀଙ୍କ ପ୍ରାର୍ଥୀ ହେବେ ବୋଲି କୁହାଯିବା ପରେ ଏହାକୁ ନେଇ ବିରୋଧୀ ମେଣ୍ଟ ଦ୍ୱନ୍ଦ୍ୱ ଉପୁଜିଥିଲା। ଆଜି କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିବା ଲାଗି ଦଳ ପକ୍ଷରୁ ଘୋଷଣା କରାଯିବା ପରେ ତାଙ୍କ ବିଜୟ ପାଇଁ ଏବେ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ ପାଇଛି। ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା। ଏନ୍ଡିଏ ପ୍ରାର୍ଥୀ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ଏବେ ସୁବିଧାଜନକ ସ୍ଥିତିରେ ଅଛନ୍ତି। ବିଜେଡିର ସମର୍ଥନ ପରେ ଏନ୍୍ଡିଏର ସ୍ଥିତି ସୁଦୃଢ଼ ରହିଛି। ତେବେ ଶିରୋମଣି ଅକାଳି ଦଳ ମତଦାନରେ ଅଂଶ ଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିବା ପରେ ଏହା ଏନ୍୍ଡିଏ ପାଇଁ ଝଟ୍୍କା ହୋଇଛି। ତେବେ ଅକାଳି ଦଳର ନିଷ୍ପତ୍ତି କୌଣସି ବଡ଼ ସଙ୍କଟ ସୃଷ୍ଟି କରିବ ନାହିଁ ବୋଲି କୁହzାଯାଉଛି ।
ଆଜି ଶକ୍ତି ପରୀକ୍ଷା
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
/sambad/media/post_attachments/wp-content/uploads/2018/08/Harivansh-Narayan-Singh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)