ଜଷ୍ଟିସ୍‌ ଲୋୟା ମାମଲାର ରାୟ ଆଜି

ନୂଆଦିଲ୍ଲୀ: ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁର ଏସ୍‌ଆଇଟି ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ରାୟ ଗୁରୁବାର ହେବ। ଏହା ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ୍‌ ବି.ଏଚ୍‌. ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ବିଭିନ୍ନ ସଂଗଠନ ଦାଖଲ କରିଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ କାଏମ୍‌ ରଖିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଏ.ଏମ୍‌ ଖାନଓ୍ଵିଲକର ଓ ଡ଼ି.ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ସମ୍ବନ୍ଧିତ ଖବର