ଆଜିଠୁ କଶ୍ମୀରରେ ଆରମ୍ଭ ‌ହେବ ମୋବାଇଲ୍‌ ସେବା

ଶ୍ରୀନଗର : କେନ୍ଦ୍ର ସରକାରଙ୍କ ଦ୍ବାରା ଧାରା ୩୭୦ ଉଚ୍ଛେଦର ଦୀର୍ଘ ୬୮ ଦିନ ପରେ କଶ୍ମୀରରେ ଆସନ୍ତାକାଲିଠାରୁ ପୋଷ୍ଟ୍‌ ପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହେବ। ଏହାର କିଛିଦିନ ପରେ ପ୍ରିପେଡ୍‌ ସେବା ମଧ୍ୟ ଆରମ୍ଭ ହେବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ପୋଷ୍ଟ୍‌ ପେଡ୍‌ ମୋବାଇଲ୍‌ ସେବାପାଇଁ ଗ୍ରାହକମାନଙ୍କୁ ସବିଶେଷ ଯାଞ୍ଚ କରାଯିବ। କଶ୍ମୀରରେ ୬୬ ଲକ୍ଷ ମୋବାଇଲ୍‌ ଗ୍ରାହ ଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ହେଛଉନ୍ତି ପୋଷ୍ଟ୍‌ -ପେଡ୍‌ ଗ୍ରାହକ। ତେବେ ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ‌ଯେ କଶ୍ମୀରରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାପାଇଁ ଲୋକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଗତକାଲି ପର୍ଯ୍ୟଟକମାନଙ୍କ ପାଇଁ କଶ୍ମୀର ଖୋଲିବାପରେ ପୋଷ୍ଟ ପେଡ୍‌ ମୋବାଇଲ୍‌ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର