ଅବଦୁଲ ହମିଦ, ବାଂଲାଦେଶ ରାଷ୍ଟ୍ରପତି
ମୈତ୍ରିପାଲ ସିରିସେନା, ଶ୍ରୀଲଙ୍କା ରାଷ୍ଟ୍ରପତି
ସୋର୍ନୋବେ ଜିନ୍ବେକୋଭ୍, କିର୍ଗିଜ୍ ରିପବ୍ଲିକ୍ ରାଷ୍ଟ୍ରପତି
ୟୁ ୱିନ୍ ମିନ୍ତ, ମ୍ୟାମାର୍ ରାଷ୍ଟ୍ରପତି
ପି.କେ. ଜଗନ୍ନାଥ, ମରିସସ୍ ପ୍ରଧାନମନ୍ତ୍ରୀ
କେ.ପି. ଶର୍ମା ଓଲି, ନେପାଳ ପ୍ରଧାନମନ୍ତ୍ରୀ
ଲୋଟେ ସେରିଂ, ଭୁଟାନ୍ ପ୍ରଧାନମନ୍ତ୍ରୀ
ଗ୍ରିସାଦା ବୋନାର୍କ, ଥାଇଲାଣ୍ଡ୍ର ସ୍ବତନ୍ତ୍ର ପ୍ରତିନିଧି
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦ୍ବିତୀୟ ବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ସନ୍ଧ୍ୟା ୭ଟାରେ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ୨୦୧୪ରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଥର ବିମ୍ଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର୍ ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେସନ) ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନ ରହିଛନ୍ତି। ଭାରତ ସରକାରଙ୍କ ‘ପଡ଼ୋଶୀ ପ୍ରଥମ’ ଏବଂ ‘ଲୁକ୍ ଇଷ୍ଟ୍’ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସାଂଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷ ଥିବା କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମରିସସ୍ର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ ପ୍ରାୟ ୮ ହଜାର ଅତିଥି ଯୋଗ ଦେଉଥିବା ବେଳେ ଏଥିପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ଭବନରେ ଏହା ସବୁଠାରୁ ବଡ଼ ଶପଥ ଗ୍ରହଣ ଉତ୍ସବ ହେବ।
ମୋଦୀଙ୍କ ଶପଥ ଗ୍ରହଣ ଆଜି:୮ ହଜାର ଅତିଥି, ଭବ୍ୟ ଆୟୋଜନ
ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉଥିବା ବିଦେଶୀ ନେତା
/sambad/media/post_attachments/wp-content/uploads/2019/05/modi1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)