ମୋଦି-ପୁଟିନ୍‌ ଆଲୋଚନା ଆଜି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ଗସ୍ତ କରିଛନ୍ତି। ଆସନ୍ତାକାଲି ସୋଚିର ବ୍ଲାକ ସି ରିସର୍ଟରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସାଂଘାଇ ସହଯୋଗ ସଂଗଠନ ଓ ବ୍ରିକ୍ସ ସମ୍ମିଳନୀକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି, ପାକିସ୍ତାନ, ଆଫଗାନିସ୍ତାନ, ସିରିୟା,ଆତଙ୍କବାଦ ଆନ୍ତର୍ଜାତିକ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ମଧ୍ୟ ସେମାନଙ୍କ ଆଲୋଚନାର ଅନ୍ତର୍ଭୁକ୍ତ ହେବ ବୋଲି ବୈଦେଶିକ ବ୍ୟପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରୁଷ୍‌ ରାଷ୍ଟ୍ରପତି ଭାବେ ଚତୁର୍ଥଥର ପାଇଁ ନିର୍ବାଚିତ ହେବାର ଦୁଇ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନଙ୍କ ମଧ୍ୟରେ ଏହି ଭେଟ ହେବାକୁ ଯାଉଛି। ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞ ପଙ୍କଜ ଶରଣଙ୍କ କହିବା ମୁତାବକ, ରୁଷ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା, ଦୁଇ ଦେଶର ସମ୍ପର୍କ, ଆର୍ଥିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ପାଇଁ ପୁଟିନ ରୁଷ ଗସ୍ତ ନିମନ୍ତେ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧିତ ଖବର