ଆଜି ରାତି ୯ଟାରେ ମହାଜାଗରଣ, କୋଭିଡ ବିରୋଧରେ ଭାରତର ଲଢ଼େଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁଯାୟୀ ଆସନ୍ତାକାଲି ଦେଶବାସୀ କରୋନା ସଂକଟର ଅନ୍ଧକାରକୁ ଚ୍ୟାଲେଂଜ୍‌ କରିବେ। ଆସନ୍ତାକାଲି (ରବିବାର) ରାତି ୯ଟାରେ ୯ ମିନିଟ୍‌ ପର୍ଯ୍ୟନ୍ତ ଘରର ଲାଇଟ୍‌ ବନ୍ଦ କରି ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସବୁ ରାଜ୍ୟରେ ଜନସାଧାରଣ ଏଥିପାଇଁ ଆଗ୍ରହ ଦେଖାଇ ସୋସିଆଲ ମିଡିଆରେ ବିପୁଳ ସମର୍ଥନ ଜଣାଇଛନ୍ତି। ୯ ମିନିଟ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଦୀପ, ମହମବତୀ, ଟର୍ଚ ଲାଇଟ୍‌ କିମ୍ବା ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ ଜଳାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ନିରାଶାର ଅନ୍ଧକାର ବିରୋଧରେ ଆଲୋକର ପରିପ୍ରକାଶ ହେବ ଏବଂ ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭାଇରସ୍‌ ବୈଶ୍ବିକ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଆଜି ୧୦ମ ଦିନରେ ପହଞ୍ଚିଛି।

ସମ୍ବନ୍ଧିତ ଖବର