ଏବେ ଲାଗୁ ହୋଇପାରିବନି

ପାଟନା: ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଏକ ଭଲ ଚିନ୍ତାଧାରା। କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏହା କହିଛନ୍ତି। ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ବର୍ତମାନ ସମୟ ଆସିନାହିଁ। ଏଥିପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ। ତେଣୁ ଆଗାମୀ ନିର୍ବାଚନରେ ଏହାକୁ ଲାଗୁ କରାଯିବା ଅସମ୍ଭବ। ଉଲ୍ଲେଖଯୋଗ୍ୟ, ଏନ୍‌ଡିଏର ସହଯୋଗୀ ଦଳ ଜେଡି(ୟୁ)ର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର ପୂର୍ବରୁ ଏକକ ନିର୍ବାଚନ ସପକ୍ଷରେ ସବୁବେଳେ ଯୁକ୍ତି ବାଢ଼ି ଚର୍ଚ୍ଚାରେ ରହୁଥିଲେ। ତେବେ ବର୍ତମାନ ତାଙ୍କର ଏଭଳି ଭିନ୍ନ ମତପୋଷଣ ପଛରେ କି କାରଣ ରହିଛି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର