ନୂଆଦିଲ୍ଲୀ: କରୋନା ମୁକାବିଲା ଦିଗରେ ସାର୍କ ନେତୃବୃନ୍ଦ ଏକଜୁଟ୍ ହୋଇ ରଣନୀତି ପ୍ରସ୍ତୁତ କରିବାପାଇଁ ମୋଦୀ ଆହ୍ବାନ ଦେବାପରେ ସମସ୍ତ ୮ ସାର୍କ୍ ସଦସ୍ୟ ଏହାକୁ ଗ୍ରହଣ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟାରେ ସାର୍କ ନେତୃବୃନ୍ଦ କରୋନା ମୁକାବିଲା ଦିଗରେ ରଣନୀତି ପ୍ରସ୍ତୁତ କରିବାପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ। ସାର୍କର ସମସ୍ତ ସଦସ୍ୟ ମୋଦୀଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି। ଶେଷରେ ପାକିସ୍ତାନ ବି ମୋଦୀଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି ଏବଂ ଏହା ଭାଇରସ୍ ମୁକାବିଲା ଦିଗରେ ଭିଡିଓ କନଫରେନ୍ସରେ ଯୋଗ ଦେବ ବୋଲି କହିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସ୍ବତନ୍ତ୍ର ସହଯୋଗୀ ଜାଫର ମିର୍ଜା ଭିଡିଓ କନଫରେନ୍ସରେ ଯୋଗ ଦେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ନେତୃତ୍ବ ନେବେ।
ଆଜି ସାର୍କ ନେତାଙ୍କ ଭିଡିଓ କନ୍ଫରେନ୍ସ, ଯୋଗ ଦେବା ପାଇଁ ପାକିସ୍ତାନ ଆଗ୍ରହୀ
/sambad/media/post_attachments/wp-content/uploads/2018/04/ed16be2fe36a4564f2597870d35d275c-international-flags-pakistan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)