ଚେନ୍ନାଇ: ଶୁକ୍ରବାର ସକାଳ ୯ଟା ୨୯ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ଶହେତମ ଉପଗ୍ରହ ସହିତ ଅନ୍ୟ ୩୦ଟି କ୍ଷୁଦ୍ର ଉପଗ୍ରହକୁ ଉତ୍କ୍ଷେପଣ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏପରିକି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେମଣ କେନ୍ଦ୍ରରୁ ସଂଘଟିତ ହେବାକୁ ଥିବା ଏହି ବିରଳ ମୁହୂର୍ତ୍ତ ପାଇଁ ଗୁରୁବାର ସକାଳୁ ୨୮ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଯାଇଛି। ଇସ୍ରୋ ନିଜର ଶକ୍ତିଶାଳୀ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେହିକଲ୍(ପିଏସ୍ଏଲ୍ଭି) ଶ୍ରେଣୀୟ ଉପଗ୍ରହ ପରିବହନକାରୀ ଉତ୍କ୍ଷେପକ ମାଧ୍ୟମରେ ୨୫୦ରୁ ଅଧିକ ସ୍ୱଦେଶୀ ଓ ବିଦେଶୀ କୃତ୍ରିମ ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିସାରିଛି। ଏଥିରେ ଉତ୍ସାହିତ ହୋଇ ଇସ୍ରୋ ଏହାର ୪୨ତମ ଅଭିଯାନରେ ପିଏସ୍ଏଲ୍ଭି-ସି୪୦ ରକେଟ୍ ମାଧ୍ୟମରେ ଛୋଟବଡ଼ ୩୧ଟି ଉପଗ୍ରହକୁ ମହାକାଶ ପଠାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସାରିଛି। ତେବେ ବିଶେଷତ୍ୱ ହେଲା, ଏହା ଦ୍ୱାରା ଇସ୍ରୋ ସେହି ରକେଟ୍ରେ ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ମଧ୍ୟ ଉନ୍ନୀତ ପରୀକ୍ଷଣ କରିବ। ଭୂପୃଷ୍ଠରୁ ପିଏସ୍ଏଲ୍ଭି-ସି୪୦ ଉତ୍କ୍ଷେପଣ ହେବା ପରେ ପରେ ସେଥିରେ ୪ ଥର ଧରି ଏପରି ଇନ୍ଧନ ଦହନ ପ୍ରକ୍ରିୟା ଉତ୍ଜୀବିତ ରହି ଖଞ୍ଜାଯାଇଥିବା କୃତ୍ରିମ ଉପଗ୍ରହଗୁଡ଼ିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କକ୍ଷପଥରେ ସ୍ଥାନିତ କରିବ।
ଆଜି ଛଡ଼ାଯିବ ଶହେତମ ଉପଗ୍ରହ
/sambad/media/post_attachments/wp-content/uploads/2018/01/isro-pslv-launch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)