ନୂଆଦିଲ୍ଲୀ: ଭାରତୀୟ ସମାଜରେ ଦାରିଦ୍ର୍ୟ ବୋଝ ହିଁ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅତି ନୀଚ ଦୃଷ୍ଟିରେ ପରିଗଣନା କରାଯାଉଥିବା ବିଡ଼ମ୍ବନାର ବିଷୟ ହୋଇଛି। ଆନ୍ତର୍ଜାତିକ ସର୍ବେକ୍ଷଣ ସଂସ୍ଥା ଅକ୍ସଫାମ୍ ଦ୍ବାରା ପ୍ରକାଶିତ ସଦ୍ୟ ରିପୋର୍ଟରୁ ଏଭଳି ଅସ୍ବସ୍ତିକର ତଥ୍ୟ ସାମନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, କୌଣସି କାର୍ଯ୍ୟସ୍ଥଳୀରେ ସମାନ କାମ ନିଭାଉଥିବା ଜଣେ ପୁରୁଷ ଅପେକ୍ଷା ମହିଳାଟିଏ ୩୪ ପ୍ରତିଶତ କମ୍ ପାରିଶ୍ରମିକ ପାଉଛି। ସେହିପରି ବିଭିନ୍ନ ସାମାଜିକ ଦିଗକୁ ଅନୁଧ୍ୟାନ କଲେ ମହିଳାମାନଙ୍କ ସ୍ଥିତି ଆହୁରି ସଙ୍ଗିନ ହୋଇଥିବା ସ୍ପଷ୍ଟ ହୋଇଛି। ଉଚ୍ଚବର୍ଗର ୨୦% ବାଳିକାଙ୍କୁ ହାରାହାରି ୯ ବର୍ଷ ଶିକ୍ଷାଲାଭ କରିବାର ସୁଯୋଗ ମିଳିଥିବା ବେଳେ ନିମ୍ନବର୍ଗର ୨୦% ବାଳିକା ଆଦୌ ଶିକ୍ଷାଲାଭ କରିନଥାନ୍ତି। ଏପରିକି କେହି ବା ଯଦି ବିଦ୍ୟାଳୟ ଯାଇଥାଏ, ପରିବାରର ସାମାନ୍ୟ ଅର୍ଥାଭାବ ବେଳେ ତାର ପାଠରେ ଡୋରି ବନ୍ଧାଯାଏ। ବିଦ୍ୟାଳୟରେ ଆବଶ୍ୟକ ଶୌଚାଳୟ ଏବଂ ଋତୁସ୍ରାବ ବେଳର ସ୍ବାସ୍ଥ୍ୟଗତ ପରିଚାଳନା ଅଭାବ ଯୋଗୁଁ ବାର୍ଷିକ ୨୩ ନିୟୁତ ବାଳିକା ଅଧାରୁ ସ୍କୁଲ୍ ଛାଡ଼ୁଛନ୍ତି। ସର୍ବୋପରି ଘର ସମ୍ଭାଳିବା ହିଁ ମହାଳାମାନଙ୍କ କର୍ତ୍ତବ୍ୟ ବୋଲି ରହିଥିବା ସାମାଜିକ ବିଧି ବ୍ୟବସ୍ଥା ସେମାନଙ୍କୁ ସର୍ବାଧିକ ସମୟ ଘରେ ରହି ଯୁବ ଏବଂ ବୟସ୍କମାନଙ୍କ ଯତ୍ନ ନେବାକୁ ପଡ଼ିଥାଏ। ଅକ୍ସଫାମ ରିପୋର୍ଟ ଅନୁସାରେ, ମହିଳାମାନେ ଦୈନିକ ବିନା ପାରିଶ୍ରମିକରେ ହାରାହାରି ପାଞ୍ଚ ଘଣ୍ଟା ଏପରି ଯତ୍ନନେବା କାମରେ ନିୟୋଜିତ ଥିବା ବେଳେ ଜଣେ ପୁରୁଷ ମାତ୍ର ଅଧଘଣ୍ଟା ସେଥିରେ ଦେଇଥାନ୍ତି। ଏହାଦ୍ବାରା ମହିଳାମାନେ ନିଜକୁ ପାରିଶ୍ରମିକ ମିଳୁଥିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ କ୍ବଚିତ୍ ସୁଯୋଗ ପାଇଥାନ୍ତି । ଏଥି ସହିତ ପରିବାର ଯତ୍ନ ନେବାରେ ସାମାନ୍ୟତମ ତ୍ରୁଟି ପାଇଁ ସେମାନଙ୍କୁ ଶାରୀରିକ ନିର୍ଯାତନା ସହିବାଟା ଗ୍ରହଣୀୟ ବୋଲି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଉତ୍ତରପ୍ରଦେଶରୁ ୧୦୦୦ ଜଣ ମହିଳାଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି। ଏପରିକି ଉଚ୍ଚ ମଧ୍ୟବିତ୍ତଙ୍କ କଥା ବିଚାର କଲେ ମଧ୍ୟ ଭାରତରେ ମହିଳାଙ୍କ ସ୍ଥିତି ଆଦୌ ଉତ୍ସାହଜନକ ନୁହେଁ। ଦେଶରେ ମାତ୍ର ୯ ଜଣ ମହିଳା କୋଟିପତି(ବିଲିଅନୟାର)ର ମାନ୍ୟତା ହାସଲ କରିଛନ୍ତି ଯାହା ଦେଶର ମୋଟ କୋଟିପତିଙ୍କ ସଂଖ୍ୟାର ମାତ୍ର ୭.୫%ବୋଲି ଏହି ସର୍ବେକ୍ଷଣରୁ ଜଣାଯାଇଛି।
ଆଜି ବିଶ୍ବ ମହିଳା ଦିବସ: ରୋଜଗାର ବୈଷମ୍ୟ ଯୋଗୁଁ ମହିଳା ବେଶି କ୍ଷତିଗ୍ରସ୍ତ
/sambad/media/post_attachments/wp-content/uploads/2018/03/inernational-womens-day_759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)