ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଲା, ୨୪ ଘଣ୍ଟାରେ ପ୍ରାୟ ୧୦,୦୦୦ ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦,୦୦୦ ବଢ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତାଜା ସୂଚନା ଏହା ସ୍ପଷ୍ଟ କରିଛି। ଗତକାଲି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ଥିବା ବେଳେ ଆଜି ତାହା ୨୬୬,୫୯୮ରେ ପହଞ୍ଚିଛି।ଫଳରେ ଦିନକ ମଧ୍ୟରେ ୯,୯୮୭ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଜୁନ୍ ୯ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୨୬୬,୫୯୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯୨୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ରହିଛି ୭୪୬୬ | ତାଜା ରିପୋର୍ଟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତ ହୋଇ ୭୪୬୬ ଜଣ ମୃତ୍ୟୁବରଣ କରିଥିବା ବେଳେ ଗତ ୨୪ ଘଣ୍ଟାରେ ୯୯୮୩ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ୧୨୯,୯୧୭ଟି ସକ୍ରିୟ ମାମଲା ରହିଛି |


The Financial Express

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୫ ଜଣ, ଆସାମରେ ୪ ଜଣ, ବିହାରରେ ୩୧ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୪ ଜଣ, ଦିଲ୍ଲୀରେ ୮୭୪ ଜଣ, ଗୁଜରାଟରେ ୧୨୮୦ ଜଣ, ହରିୟାଣାରେ ୩୯ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୪୫ ଜଣ, ଝାଡ଼ଖଣ୍ଡରେ ୭ ଜଣ, କର୍ଣ୍ଣାଟକରେ ୬୪ ଜଣ, କେରଳରେ ୧୬ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୧୪ ଜଣ, ମହାରାଷ୍ଟ୍ରରେ ୩୧୬୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୩ ଜଣ, ରାଜସ୍ଥାନରେ ୨୪୬ ଜଣ, ତାମିଲନାଡୁରେ ୨୮୬ ଜଣ, ତେଲେଙ୍ଗାନାରେ ୧୩୭ ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଉତ୍ତରପ୍ରଦେଶରେ ୨୮୩ଜଣ ଏବଂ ପଶ୍ଚମବଙ୍ଗରେ ୪୦୫ ଜଣ ।

ସମ୍ବନ୍ଧିତ ଖବର