ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୨୩୭ ଛୁଇଁଲା, ସୁସ୍ଥଙ୍କ ସଂଖ୍ୟା ୧୯୪୩୨୪

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖ ସକାଳ ସୁଦ୍ଧା ସମଗ୍ର ଦେଶରେ ୩୬୬,୯୪୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୨୨୩୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୩୮୪ ରହିଛି।

Image Courtesy of The Hindu

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୦ ଜଣ, ଆସାମରେ ୮ ଜଣ, ବିହାରରେ ୪୪ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୧୯୦୪ ଜଣ, ଗୁଜରାଟରେ ୧୫୬୦ ଜଣ, ହରିୟାଣାରେ ୧୩୦ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୫ ଜଣ, ଝାଡ଼ଖଣ୍ଡରେ ୧୦ ଜଣ, କର୍ଣ୍ଣାଟକରେ ୧୦୨ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୮୨ ଜଣ, ମହାରାଷ୍ଟ୍ରରେ ୫୬୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୭୮ ଜଣ, ରାଜସ୍ଥାନରେ ୩୧୩ ଜଣ, ତାମିଲନାଡୁରେ ୫୭୬ ଜଣ, ତେଲେଙ୍ଗାନାରେ ୧୯୨ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୫ ଜଣ, ଉତ୍ତରପ୍ରଦେଶରେ ୪୧୭ ଜଣ ଏବଂ ପଶ୍ଚମବଙ୍ଗରେ ୪୯୫ ଜଣ ।

ସମ୍ବନ୍ଧିତ ଖବର