ପ୍ରାୟ ୪୦୦ ବର୍ଷ ପରେ ଆଜି ପରସ୍ପରର ନିକଟତର ହେବେ ବୃହସ୍ପତି ଓ ଶନି ଗ୍ରହ

ନୂଆଦିଲ୍ଲୀ: ଆଜି ଆମ ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ଅତି ନିକଟତର ହେବେ। ଦୁଇ ଗ୍ରହଙ୍କର ସହାବସ୍ଥାନ ଆଜି (ଡିସେମ୍ବର ୨୧) ସନ୍ଧ୍ୟା ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ଭାରତରେ ଦୃଶ୍ୟମାନ ହେବ।

ପ୍ରତି ୨୦ ବର୍ଷ ଅନ୍ତରରେ ନିୟମିତ ବୃହସ୍ପତି ଓ ଶନି ଗ୍ରହ ପରସ୍ପରକୁ ଅତିକ୍ରମ କରନ୍ତି। କିନ୍ତୁ, ଆଜିର ଏହି ଘଟଣାରେ ଥିବା ସ୍ୱତନ୍ତ୍ରତା ହେଉଛି, ପ୍ରାୟ ୪୦୦ ବର୍ଷ ପରେ ଦୁଇ ଗ୍ରହ ପରସ୍ପରର ଖୁବ୍‌ ପାଖାପାଖି ଅତିକ୍ରମ କରିବେ।

Image Courtesy of NDTV

ପୃଥିବୀବାସୀ ଖାଲି ଆଖିରେ ମଧ୍ୟ ଏହି ମହାଜାଗତିକ ଦୃଶ୍ୟ ଦେଖି ପାରିବେ ବୋଲି ‘ନାସା’ କହିଛି। ଆଜିର ଘଟଣାରେ ଆଉ ଏକ ବିଶେଷତ୍ୱ ଥିବା କଥା ମଧ୍ୟ ‘ନାସା’ କହିଛି। ତାହା ହେଲା ପ୍ରାୟ ୮୦୦ ବର୍ଷ ପରେ ରାତ୍ରୀ ସମୟରେ ଦୁଇ ଗ୍ରହ ପରସ୍ପରର ନିକଟରେ ସହାବସ୍ଥାନ କରିବେ।

ଦୁଇ ବିଶାଳ ଗ୍ରହଙ୍କ ସହାବସ୍ଥାନ ଦୃଶ୍ୟକୁ ଅନେକ ‘ବଡ଼ଦିନ ତାରା’ ବା ‘ବିଥଲହେମ୍‌ ନକ୍ଷତ୍ର’ ବୋଲି ଭାବନ୍ତି।

 

ସମ୍ବନ୍ଧିତ ଖବର