ସୁପ୍ରିମ୍‌ କୋର୍ଟରେ ବର୍ମାଙ୍କ ସମ୍ପର୍କରେ ରାୟ ଆଜି

ନୂଆଦିଲ୍ଲୀ: ସିବିଆଇ ମାମଲାରେ ସୁପ୍ରିମ୍‌ କୋର୍ଟ ଆସନ୍ତାକାଲି ଆଲୋକ ବର୍ମାଙ୍କ ସମ୍ପର୍କରେ ରାୟ ପ୍ରଦାନ କରିବେ। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍ କରି ସିବିଆଇ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ବେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍‌ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥଇିଲେ। ତେବେ ଏ ନେଇ ‌ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ରାୟ ଦେବେ।

ସମ୍ବନ୍ଧିତ ଖବର