କେରଳରେ ତିନି ବର୍ଷୀୟ ଶିଶୁ କରୋନାଭାଇରସ୍‌ରେ ଆକ୍ରାନ୍ତ

ତିରୁବନନ୍ତପୁରମ: କୋଚିରେ ଜଣେ ତିନି ବର୍ଷୀୟ ଶିଶୁ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଏହାକୁ ମିଶାଇ ସୋମବାର ସକାଳ ସୁଦ୍ଧା କେରଳରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଏର୍ଣ୍ଣାକୁଲମ୍‌ ଜିଲ୍ଲାପାଳ ଏସ୍‌. ସୁହାସ କହିଛନ୍ତି ଯେ ଭୟଭୀତ ହେବା ଅନାବଶ୍ୟକ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପରିସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ରହିଛି।

Image Source: Hindustan Times

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ମାର୍ଚ ୭ ତାରିଖ ଦିନ ଦୁବାଇ ଦେଇ ଶିଶୁଟି (ବାଳିକା) ତା’ର ପିତାମାତାଙ୍କ ସହ ଇଟାଲିରୁ ଆସିଥିଲା। ତା’ର ପିତାମାତାଙ୍କ ସମେତ ଅନ୍ୟ ୧୨ ଜଣଙ୍କୁ ପୃଥକ୍‌ ଭାବେ ରଖାଯାଇଛି। ଆଜି ସନ୍ଧ୍ୟା ବେଳକୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଫଳାଫଳ ବାହାରିବ ବୋଲି ସ୍ୱାସ୍ଥ୍ୟ କର୍ମଚାରୀମାନେ କହିଛନ୍ତି।

Image Source: Deccan Herald

ଦୁଇ ଦିନ ତଳେ ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ସେ ଶିଶୁଟିର ନମୁନା ସଂଗ୍ରହ କରାଯାଇଥିଲା। ପିତାମାତାଙ୍କ ସହ ସେ ଏମିରେଟ୍‌ସ୍‌ ବିମାନରେ ଆସିଥିଲା।

ସୋମବାର ଠାରୁ କେରଳ ସରକାର କରୋନାଭାଇରସ୍‌ ସଂକ୍ରାନ୍ତରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଏହାଛଡ଼ା ରବିବାର ଦିନ ଚିହ୍ନଟ କରାଯାଇଥିବା ୫ଜଣ କରୋନାଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଠାବ କରିବାକୁ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର