ଅହମ୍ମଦାବାଦ, : ଗତକାଲି ସକାଳୁ ନିଖୋଜ ହୋଇଯାଇଥିବା ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ ସଭାପତି ପ୍ରବୀଣ ତୋଗାଡ଼ିଆଙ୍କୁ ସନ୍ଧ୍ୟାରେ ଏକ ହସ୍ପିଟାଲରେ ଠାବ କରାଯାଇଥିଲା। ଅହମ୍ମଦାବାଦର ସାହିବାଗ ଅଞ୍ଚଳରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ଆଜି ଶ୍ରୀ ତୋଗାଡ଼ିଆ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ଏନକାଉଣ୍ଟର ପାଇଁ ଷଡ୍ଯନ୍ତ୍ର କରାଯାଇଥିଲା। ରାମ ମନ୍ଦିର ପ୍ରସଙ୍ଗ ନେଇ ତାଙ୍କ ସ୍ୱରକୁ ଦବାଇବା ପାଇଁ ଉଦ୍ୟମ ହେଉଛି। ତାଙ୍କୁ ଡରାଇବା ପାଇଁ ଜୋରଦାର ଉଦ୍ୟମ ହେଉଥିଲେ ମଧ୍ୟ ସେ ଡ଼ରିିବାର ଲୋକ ନୁହଁନ୍ତି ବୋଲି ଶ୍ରୀ ତୋଗାଡ଼ିଆ କହିଛନ୍ତି।
ଶ୍ରୀ ତୋଗାଡ଼ିଆ କହିଛନ୍ତି ଯେ ଦଶନ୍ଧୀ ପୂର୍ବର ଏକ ମାମଲାକୁ ନେଇ ତାଙ୍କୁ ଟାର୍ଗେଟ କରାଯାଉଛି। ଗତକାଳି ରାଜସ୍ଥାନ ପୁଲିସ ମୋତେ ଗିରଫ କରିବାକୁ ଆସିଥିଲା। ମାତ୍ର ସେମାନେ ମୋତେ ଏନକାଉଣ୍ଟର କରି ମାରିବା ପାଇଁ ଷଡ୍ଯନ୍ତ୍ର କରିଥିଲେ ବୋଲି ମୋର ;କହିଜଣେ ସହୃଦ ସୂଚନା ଦେଇଥିଲେ। ଶ୍ରୀ ତୋଗାଡ଼ିଆ କହିଥିଲେ ଯେ ମୋ ନାଁରେ ରାଜସ୍ଥାନରେ କୌଣସି ମାମଲା ନାହିଁ। କିନ୍ତୁ ମୋ ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଉଛି। ଏହି ଷଡଯନ୍ତ୍ରରେ ସେ ଦବି ନ ଯାଇ ହିନ୍ଦୁ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି କହିବା ସହିତ ଶ୍ରୀ ତୋଗାଡ଼ିଆ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ।
ଏନକାଉଣ୍ଟର ପାଇଁ ଷଡ୍ଯନ୍ତ୍ର ହୋଇଥିଲା କହି କାନ୍ଦି ପକାଇଲେ ତୋଗାଡ଼ିଆ
/sambad/media/post_attachments/wp-content/uploads/2018/01/pravin-togadia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)