ରୋଷେଇ ପାଇଁ ଘର ନାହିଁ, ଅଙ୍ଗନବାଡ଼ି କେନ୍ଦ୍ରର ଶୌଚାଳୟରେ ରନ୍ଧାଯାଉଛି ମଧ୍ୟାହ୍ନ ଭୋଜନ

ଶିବପୁରୀ(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରେ ଏକ ଶୌଚାଳୟକୁ ରୋଷେଇ ଘର ଭାବେ ବ୍ୟବହାର କରାଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଦୃଶ୍ୟ ଅନ୍ୟ କୌଣସି ସ୍ଥାନରେ ନୁହେଁ, ବରଂ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି । ପ୍ରତିଦିନ ଶୌଚାଳୟ ଭିତରେ ରନ୍ଧା ଯାଉଥିବା ଖାଦ୍ୟକୁ ପଢ଼ିବାକୁ ଆସୁଥିବା ପିଲାମାନଙ୍କୁ ଦିଆଯାଇଥାଏ । ରୋଷେଇ କରିବା ପାଇଁ କୌଣସି ସ୍ୱତନ୍ତ୍ର ଘର ତିଆରି କରାଯାଇ ନଥିବାରୁ ଏଭଳି ଭାବେ ରୋଷେଇ କରାଯାଉଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ ।

indiatimes.com

ଅଙ୍ଗନବାଡ଼ି କର୍ମୀ ରାଜକୁମାରୀ ଯୋଗୀଙ୍କ କହିବା ଅନୁଯାୟୀ, ରୋଷେଇ କରିବା ପାଇଁ କୌଣସି ସ୍ୱତନ୍ତ୍ର ଘର ସରକାରଙ୍କ ପକ୍ଷରୁ କରାଯାଇ ନାହିଁ । ଏ ନେଇ ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କେହି ଏ ଦିଗ ପ୍ରତି ଧ୍ୟାନ ଦେଉ ନାହାନ୍ତି । ଯାହା ପାଇଁ ଆମେ ବାଧ୍ୟ ହୋଇ ଶୌଚାଳୟ ଭିତରେ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦେଉଛୁ । ଅନ୍ୟ ପକ୍ଷରେ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୋଜେକ୍ଟ ଅଫିସରଙ୍କ ଅନୁଯାୟୀ, ଶୌଚାଳୟର ନିର୍ମାଣ କାର୍ଯ୍ୟ ଅଧା ରହିଥିବାରୁ ସେଠାରେ ହିଁ ରୋଷେଇ କରାଯାଉଛି । କାରଣ ସେଠାରେ ହିଁ କେବଳ ପାଣିର ସଂଯୋଗ ରହିଛି ।

ସମ୍ବନ୍ଧିତ ଖବର