ମାର୍ଚ୍ଚ ୨୦୧୯ ପୂର୍ବରୁ ସମସ୍ତ ଟୋଲ୍‌ ପ୍ଳାଜାରେ ଶୌଚାଳୟ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ଟୋଲ୍‌ ପ୍ଳାଜାଗୁଡ଼ିକରେ ଶୌଚାଳୟ ନିର୍ମାଣ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ୩୦ ମାର୍ଚ୍ଚ ୨୦୧୯ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ସମୁଦାୟ ୬୩୯ଟି ଶୌଚାଳୟ ଟୋଲ ପ୍ଳାଜା ଗୁଡ଼ିକରେ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନିର୍ମାଣ କରାଯିବା ସହ ଜାତୀୟ ରାଜପଥ କଡ଼ରେ ମଧ୍ୟ ଜନସାଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯିବ। ଶୌଚାଳୟରେ ପାଣି, ବିଜୁଳି ଓ ପରିସ୍କାର ପରିଚ୍ଛନ୍ନତା ପାଇଁ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଧ୍ୟାନ ଦେବେ।

ସମ୍ବନ୍ଧିତ ଖବର