କରୋନା ସଂକ୍ରମଣ ହେତୁ ଟୋକିଓ ଅଲମ୍ପିକ ବିପଦରେ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା ସଂକ୍ରମଣ। ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ଜଣାପଡିଛି । କେବଳ କ୍ରିଡାଗ୍ରାମର ୩ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢି ଯାଇଛି।

ସୂଚନାଯୋଗ୍ୟ, ଟୋକିଓରେ ଗତ ୭ ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ରହୁଛି । ଏହାରି ଭିତରେ ସୂଚନା ମିଳିଛି କି ଜାପାନ ଟୋକିଓ କ୍ରିଡାଗ୍ରାମରେ ୧୮ ହଜାର ପ୍ରତିଯୋଗୀ ପହଁଞ୍ଚି ସାରିଲେଣି ।

ତେବେ ଭାରତର ୧୧୯ ଜଣିଆ ଖେଳାଳି ଦଳ ବି ରହିଛନ୍ତି । ଆସନ୍ତା ୨୩ ତାରିଖରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଏପରି ଦୈନିକ କ୍ରିଡାଗ୍ରାମରୁ ପଜିଟିଭ୍ ଆସିବା ଅଲିମ୍ପିକ୍ସ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର