ପ୍ରସବ ପରେ ଅସହ୍ୟ ହେଲା ଯନ୍ତ୍ରଣା, କରୋନା ସଂକ୍ରମଣ ଭୟରେ ୪ଟି ଡାକ୍ତରଖାନା ଭର୍ତ୍ତି କରିବାକୁ ମନା କରିବା ପରେ ଆଖି ବୁଜିଲେ ମହିଳା

ଡେରାଡୁନ: କରୋନା ମହାମାରୀ ସମୟରେ କିଛି ରୋଗୀ ଡାକ୍ତରଖାନାର ଅବହେଳା ଯୋଗୁଁ ମୃତ୍ୟୁବରଣ କରୁଥିବା ଖବର ସାମ୍ନାକୁ ଆସିଛି | ସଂକ୍ରମଣ ଭୟରେ କିଛି ଡାକ୍ତରଖାନା ରୋଗୀଙ୍କୁ ଭର୍ତ୍ତି ନକରିବା ସହ ଅନ୍ୟ ଡାକ୍ତରଖାନାକୁ ଯିବା ପାଇଁ କହିବା ଘଟଣା ଅନେକ ସାମ୍ନାକୁ ଆସିଥିବା ବେଳେ ଡେରାଡୁନରେ କିଛି ସେଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି | ସମୟ ପୂର୍ବରୁ ପ୍ରସବ କରିଥିବା ମହିଳାଙ୍କୁ ଠିକ ସମୟରେ ଚିକିତ୍ସା ନମିଳିବା ପରେ ତାଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି | ମହିଳା କରୋନା ସଂକ୍ରମିତ ହୋଇଥିବା ଭାବି ୪ଟି ଡାକ୍ତରଖାନା ଫେରାଇବା ପରେ ଶେଷରେ ସ୍ଥାନୀୟ ବିଧାୟକଙ୍କ ସାହାଯ୍ୟରେ ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଠିକ ସମୟରେ ଚିକିତ୍ସା ନମିଳିଥିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି |

ମୃତ ସୁଧାଙ୍କ ସ୍ୱାମୀ କମଲେଶଙ୍କ କହିବା ମୁତାବକ, ସୋମବାର ୭ମାସର ଗର୍ଭବତୀ ଥିବା ସୁଧାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କମଲେଶ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନେଇଥିଲେ | ସେଠାରେ ଡାକ୍ତର ରକ୍ତ କମ ଥିବା କହି ୯ମାସ ପୁରିବା ପରେ ଆସିବା ପାଇଁ କହିଥିଲେ | ଡାକ୍ତରଖାନାରୁ ଆସିବା ପରେ ସେ ନିଜ ଘରେ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ | କିନ୍ତୁ ଜନ୍ମ ହେବାର କିଛି ସମୟ ପରେ ଦୁଇ ନବଜାତଙ୍କ ମୃତ୍ୟୁ ଘଟିଥିଲା | ପ୍ରସବ ପରେ ସୁଧାଙ୍କ ଅବସ୍ଥା ଗମ୍ଭୀର ହେବାରୁ ଚିକିତ୍ସା ପାଇଁ କମଲେଶ ତାଙ୍କୁ ୨ଟି ସରକାରୀ ଓ ୨ଟି ବେସରକାରୀ ଡାକ୍ତରଖାନା ନେଇଥିଲେ ମଧ୍ୟ ଶରୀରର ତାପମାତ୍ରା ଅଧିକ ଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି କେହି ବି ତାଙ୍କୁ ଭର୍ତ୍ତି କରି ନଥିଲେ | ପରେ ସ୍ଥାନୀୟ ବିଧାୟକଙ୍କ ସହାୟତାରେ ଏକ ସରକାରୀ ଡାକ୍ତରଖାନାରେ ସୁଧାଙ୍କୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା |

What If You Can't Avoid the Hospital as Covid-19 Spreads? | WIRED
Wired

ଏବେ ସୁଧାଙ୍କ ମୃତ୍ୟୁ ପରେ ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅନୁସନ୍ଧାନ ପାଇଁ ତିନୋଟି ପୃଥକ ଆଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର