ଚିକାଗୋ: ଆମେରିକାର ଚିକାଗୋରେ ଆନ୍ତର୍ଜାତିକ ସେକ୍ସ ର୍ୟାକେଟ ଚଳାଇଥିବା ଜଣେ ଟଲିଉଡ୍ ପ୍ରଯୋଜକ ଓ ତାଙ୍କ ପତ୍ନୀ ଗିରଫ ହେବା ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି । ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ର ଜଗତର ଅତିକମ୍ରେ ୫ ଜଣ ଅଭିନେତ୍ରୀ ଏହି ସେକ୍ସ ର୍ୟାକେଟ ସହ ସମ୍ପୃକ୍ତ ଥିବା ପୁଲିସ ସ୍ପଷ୍ଟ କରିଛି। ଏହି ପ୍ରଯୋଜକ ତେଲୁଗୁ ଓ କନ୍ନଡ଼ ଅଭିନେତ୍ରୀଙ୍କୁ ଆମେରିକାରେ ‘କନ୍୍ସର୍ଟ’ କରିବା ବାହାନାରେ ଆମନ୍ତ୍ରଣ କରି ସେମାନଙ୍କୁ ଦେହ ବେପାରରେ ଲଗାଉଥିବା ଜଣାପଡ଼ିଛି। ଚିକାଗୋ ଅଦାଲତରେ ଏହି ସେକ୍ସ ର୍ୟାକେଟ ବିରୋଧରେ ମାମଲା ଦାଏର ହୋଇଥିଲା। ତଦନ୍ତ ପରେ କିଷନ ମଡୁଗୁମୁଡି ଓରଫ ଶ୍ରୀରାଜ ଚୋନୁପୁଟ୍ଟୀ ଓ ପତ୍ନୀ ଚନ୍ଦ୍ରକଳା ପୂର୍ଣ୍ଣିମା ଏହି ର୍ୟାକେଟ ଚଳାଉଥିବା ଜଣାପଡ଼ିଥିଲା। ଚୋମୁପୁଟ୍ଟୀ ଯୁବତୀଙ୍କୁ ଭାରତରୁ ଆମେରିକା ଡାକାଇବା ସହ ସେଠାରେ ଗ୍ରାହକ ଯୋଗାଡ଼ କରୁଥିଲେ। ଚନ୍ଦ୍ରକଳା ଏହି ର୍ୟାକେଟର କିଙ୍ଗପିନ୍ ଥିବା ଜଣାପଡ଼ିବା ପରେ ଏପ୍ରିଲ ୨୮ ତାରିଖରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ଦମ୍ପତ୍ତି ହାଇଦ୍ରାବାଦର ହୋଇଥିବାରୁ ସ୍ଥାନୀୟ ଯୁବତୀଙ୍କୁ ଆମେରିକା ସହଜରେ ନେଇପାରୁଥିଲେ ବୋଲି ପୁଲିସ କହିଛି। ଯୁବତୀଙ୍କ ପାଇଁ ବିମାନ ଟିକେଟ ବୁକ୍ କରିବା ସହ ସେମାନଙ୍କୁ ଚିକାଗୋର କୌଣସି ହୋଟେଲ କିମ୍ବା ତାଙ୍କ ଘରେ ନେଇ ରଖୁଥିଲେ। ସେଠାରେ ଆୟୋଜିତ ହେଉଥିବା ଭାରତୀୟ କନସର୍ଟଗୁଡ଼ିକରେ ଏହି ଯୁବତୀଙ୍କୁ ପ୍ରଦର୍ଶିତ କରାଇ ଚୋନୁପୁଟ୍ଟୀ ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲେ ବୋଲି ପୁଲିସ୍ କହିଛି।
ଚିକାଗୋରେ ଟଲିଉଡ ସେକ୍ସ ର୍ୟାକେଟ
ପ୍ରଯୋଜକ ଓ ପତ୍ନୀ ଗିରଫ
/sambad/media/post_attachments/wp-content/uploads/2018/06/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)