ଜାତୀୟ ରାଜପଥ‌େର ଟୋଲ୍ ଆଦାୟ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଏବଂ ୨୧ଦିନିଆ ଲକଡାଉନ ଯୋଗୁଁ ସମଗ୍ର ଦେଶର ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ଫି’ ଆଦାୟ କରାଯିବ ନାହିଁ ବୋଲି କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଘୋଷଣା କରିଛନ୍ତି। ଟ୍ବିଟ୍‌ କରି ଗଡ଼କରି କହିଛନ୍ତି ଯେ ପୂର୍ବଭଳି ରାସ୍ତା ମରାମତି ଚାଲିବ ଏବଂ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଜରୁରୀ ସମ୍ବଳ ଉପଲବ୍ଧ ହେବ । ସମଗ୍ର ଦେଶରେ ଜରୁରୀ ସାମଗ୍ରୀ ଯୋଗାଣରେ ବାଧା ନ ଉପୁଜିବା ପାଇଁ ଟୋଲ୍ ଆଦାୟ ବନ୍ଦ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରି କହିଛନ୍ତି।

ସମ୍ବନ୍ଧିତ ଖବର