ତାଲିବାନ ଟୋଲୋ ନ୍ୟୁଜର କ୍ୟାମେରାମ୍ୟାନଙ୍କୁ ଉଠାଇ ନେବାର ତିନିଘଣ୍ଟା ପରେ ଛାଡ଼ିଲା

ନୂଆଦିଲ୍ଲୀ: ଟୋ‌ଲୋ ନ୍ୟୁଜର ସାମ୍ବାଦିକ ତଥା କ୍ୟାମେରାମ୍ୟାନଙ୍କୁ ତାଲିବାନ ଉଠାଇ ନେଇଥିଲା। ତିନିଘଣ୍ଟା ଅଟକ ରଖିବା ପରେ କ୍ୟାମେରା ସହିତ ତାଙ୍କୁ ଛାଡ଼ି ଦେଇଛି ବୋଲି ଟୋଲୋ ନ୍ୟୁଜ ପକ୍ଷରୁ ପ୍ରକାଶ।

ମଙ୍ଗଳବାର ଆଫଗାନିସ୍ତାନରେ ପାକିସ୍ତାନ ଓ ତାଲିବାନକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଟୋଲୋ ନ୍ୟୁଜର କ୍ୟାମେରାମ୍ୟାନ ୱାହିଦ ଅହମଦି ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ତାଲିବାନ ହଠାତ ଆସି ଉକ୍ତ କ୍ୟାମେରାମ୍ୟାନଙ୍କୁ ଉଠାଇ ନେଇଥିଲା।

 

ଆଫଗାନିସ୍ତାନରେ ଗତ ଦୁଇଦିନ ହେବ କ୍ରମାଗତ ଭାବେ ପାକିସ୍ତାନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ଆଫଗାନିସ୍ତାନର ନାଗରିକ ପାକିସ୍ତାନ ଦ୍ବାରା ପଞ୍ଜଶୀରରେ ହୋଇଥିବା ଆକ୍ରମଣକୁ ନେଇ ବିରୋଧ କରୁଛନ୍ତି। କାବୁଲର ରାଷ୍ଟ୍ରପତି ଭବନ ନିକଟରେ ରାଲି କରୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ଫାଙ୍କା ଗୁଳି ଚଳାଇଥିଲା।  ଏହାକୁୁ ନେଇ ଏଠାରେ ଅନେକ ସଂଖ୍ୟାରେ ପ୍ରଦର୍ଶନକାରୀ ରାଲି କରିଛନ୍ତି। ରାଷ୍ଟ୍ରପତି ଭବନ ନିକଟରେ କାବୁଲ ସେରେନା ହୋଟେଲ ରହିଛି। ଏଠାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ମୁଖ୍ୟ ଗୋଟିଏ ସପ୍ତାହ ଧରି ରହିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର