ମଧୁବନୀ: ବିହାର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରରେ ଲାଗିପଡ଼ିଛନ୍ତି । ତେବେ ଆଜି ନୀତୀଶ କୁମାରଙ୍କ ଏକ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ତାଙ୍କ ବିରୋଧରେ ଦାନା ବାନ୍ଧୁଥିବା ଅସନ୍ତୋଷ ସାମ୍ନାକୁ ଆସିଛି । ଆଜି ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ଯେମିତି ‘ଚାକିରି’ ପ୍ରସଙ୍ଗ ଉଠାଇଲେ, ଉପସ୍ଥିତ ଲୋକଙ୍କ ଭିତରୁ ବେଶ୍ କେତେଜଣ ନାରାବାଜୀ ଆରମ୍ଭ କରି ଦେଇଥିଲେ। କେବଳ ସେତିକି ନୁହେଁ, ଭିଡ ଭିତରୁ ତାଙ୍କ ଉପରକୁ ପଥର ଓ ପିଆଜ ମାଡ଼ ମଧ୍ୟ ହୋଇଥିଲା।
ସଭା ଚାଲିଥିବା ବେଳେ ଲୋକମାନଙ୍କର ଏଭଳି ପଥରମାଡ଼ ଦେଖି ମଞ୍ଚ ଉପରୁ ନୀତୀଶ କୁମାର ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଆହୁରି ପଥର ମାଡ଼ କର। ଏମିତି ପଥର ମାଡ଼ କରିଚାଲ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।
/sambad/media/post_attachments/e8f61c81553469603a16fd5622edd424838ae71895b9085df4a8fa63a6fc3a25.jpg)
ଅନ୍ୟପକ୍ଷରେ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଘେରା ବନ୍ଦୀ କରି ଲୋକଙ୍କୁ ଶାନ୍ତ ରହିବାକୁ ବୁଝାଇଥିଲେ। ପଥରମାଡ କରୁଥିବା ଲୋକମାନଙ୍କୁ ଯେତେବେଳେ ସୁରକ୍ଷାକର୍ମୀ ଧରିବାକୁ ଚେଷ୍ଟା କରୁଥିଲେ ନୀତୀଶ କୁମାର କହିଥିଲେ, ତାଙ୍କୁ ଛାଡ଼ି ଦିଅ ସମୟ ଆସିଲେ ସେମାନେ ନିଶ୍ଚୟ ବୁଝିପାରିବେ। ଏହାପୂର୍ବରୁ ମୁଜାଫରପୁରଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା।
ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼ ଘଟଣାରେ ମନ୍ତ୍ରୀ ରଞ୍ଜନ କୁମାର ଝା କହିଛନ୍ତି, ବିରୋଧୀ ଦଳ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ନିର୍ବାଚନରେ ଆମକୁ ହରାଇ ପାରିବେ ନାହିଁ। ତେଣୁ ସେମାନେ ଏଭଳି ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Nitish-03_thumb.jpg)