‘ଟୁଲକିଟ୍‌’ ମାମଲା: ଦିଶା ରବିଙ୍କୁ ଦିନିକିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ବିବାଦୀୟ ‘ଟୁଲକିଟ୍‌’ ମାମଲାରେ ଅଭିଯୁକ୍ତ ହୋଇ ତିନି ଦିନିଆ ନ୍ୟାୟିକ ହେପାଜତରେ ଥିବା ଦିଶା ରବିଙ୍କୁ ଆଜି ପଚରାଉଚୁରା ପାଇଁ ଦିନିକିଆ ରିମାଣ୍ଡରେ ନେଇଛି। ସୋମବାର ଦିନ ତାଙ୍କର ବର୍ଦ୍ଧିତ ନ୍ୟାୟିକ ହେପାଜତ ଶେଷ ହେବା ପରେ ଆଜି ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା।

ତେବେ, ଅନ୍ୟ ସହ-ଅଭିଯୁକ୍ତଙ୍କ ସହ ପଚରାଉଚରା ଏବଂ ମୁହାଁମୁହିଁ ଜେରା କରିବା ପାଇଁ ଦିଲ୍ଲୀ ପୁଲିସକୁ ‘ଟୁଲକିଟ୍‌’ ମାମଲାରେ ଦିଶା ରବିଙ୍କ ଦିନିକିଆ ରିମାଣ୍ଡ ମିଳିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଏକ କୋର୍ଟ ୨୨ ବର୍ଷୀୟା ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଶୁକ୍ରବାର ଦିନ ‘ଟୁଲକିଟ୍‌୍‌’ ମାମଲାରେ ତିନି ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ଦିଶା ରବିଙ୍କୁ ଚଳିତ ମାସ ଆରମ୍ଭରେ ବେଙ୍ଗାଲୁରୁସ୍ଥିତ ବାସଭବନରୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଶନିବାର ଦିଲ୍ଲୀ କୋର୍ଟ ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ପର୍ଯ୍ୟନ୍ତ ଏହାର ଆଦେଶ ସଂରକ୍ଷିତ ରଖିଛନ୍ତି। ୨୨ ବର୍ଷୀୟା ପରିବେଶ କାର୍ଯ୍ୟକର୍ତ୍ତାଙ୍କୁ ଚଳିତ ମାସ ଆରମ୍ଭରେ ‘ଟୁଲକିଟ୍‌’ ମାମଲାରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଅନ୍ୟପକ୍ଷରେ ସହ-ଅଭିଯୁକ୍ତ ଶାନ୍ତନା ମୁଲୁକ ଏବଂ ନିକିତା ଯାଦବ ଆଶା ଜାମିନରେ ଅଛନ୍ତି।

ଦିଲ୍ଲୀ ପୁଲିସ୍‌ର ସାଇବର ସେଲ୍‌ ଟେଲିଗ୍ରାମ୍‌ ଆପ୍‌ ମାଧ୍ୟମରେ କିଶୋର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ନିକଟକୁ ଟୁଲକିଟ୍‌ ପଠାଇଥିବା ଦାବି କରି ବେଙ୍ଗାଲୁରୁରୁ ଦିଶା ରବିଙ୍କୁ ଗିରଫ କରିଥିଲା। ସାଇବର ସେଲ୍‌ର ଅଧିକାରୀମାନେ ଦାବି କରିଛନ୍ତି ଯେ ଦିଶା ରବି ଏହାର ଫର୍ମୁଲା ଏବଂ ପ୍ରସାରରେ ପ୍ରମୁଖ ଷଡଯନ୍ତ୍ରକାରୀ ଥିଲେ।

ସମ୍ବନ୍ଧିତ ଖବର