‘ଟୁଲ୍‌କିଟ୍‌’ ମାମଲାରେ ପ୍ରଥମେ ଗିରଫ ହୋଇଛନ୍ତି ଦିଶା ରବି, ଆହୁରି ଅନେକ ସଂଶ୍ଳୀଷ୍ଟ: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: କୃଷକମାନଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ସ୍ୱିଡେନୀୟ ଜଳବାୟୁ ସାମାଜିକକର୍ମୀ ଗ୍ରେଟା ଟୁନ୍‌ବେରି ପୋଷ୍ଟ୍‍ କରିଥିବା ବିବାଦୀୟ ‘ଟୁଲ୍‌କିଟ୍‌’ର ଅନ୍ୟତମ ସମ୍ପାଦିକା ହେଲେ ଦିଶା ରବି। କିନ୍ତୁ, ଏଥିରେ ଆହୁରି ଅନେକ ସଂଶ୍ଳୀଷ୍ଟ ଅଛନ୍ତି ବୋଲି ଦିଲ୍ଲୀ ପୁଲିସ କହିଛି।

ରବିଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଇ ପୁଲିସ କହିଛି ଯେ, ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରି। ଫେବ୍ରୁଆରି ୩ ତାରିଖରେ ସାମାଜିକକର୍ମୀ ରବି ଏହି ‘ଟୁଲ୍‌କିଟ୍‌’ର ସମ୍ପାଦନା କରିଥିଲେ। ଏହି ଘଟଣାରେ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି।

ଗତକାଲି ଗିରଫ ହୋଇଥିବା ୨୨ ବର୍ଷୀୟ ସାମାଜିକକର୍ମୀ ରବିଙ୍କୁ ଅଦାଲତ ୫ ଦିନ ଲାଗି ପୁଲିସ ହାଜତକୁ ପଠାଇ ଦେଇଛନ୍ତି।
‘ଟୁଲ୍‌କିଟ୍‌’ ମାମଲାରେ ସମ୍ପୃକ୍ତ ଆଉ ଦୁଇଜଣ ସନ୍ଦିଗ୍ଧ ଶାନ୍ତନୁ ଏବଂ ନିକିତାଙ୍କୁ ଧରିବା ନିମନ୍ତେ ପୁଲିସ ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Image Courtesy of Hindustan Times

ଆଜି ହୋଇଥିବା ଶୁଣାଣିରେ ଦିଶା ରବି କାନ୍ଦି ପକାଇ କହିଲେ ଯେ, କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଟୁନ୍‌ବେରି ଟୁଇଟ୍‌ କରିଥିବା ଡକ୍ୟୁମେଣ୍ଟ୍‌ରୁ ମାତ୍ର ଦୁଇ ଧାଡ଼ି ସମ୍ପାଦନା କରିଛନ୍ତି। କିନ୍ତୁ, ପୁଲିସ ତାଙ୍କର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଦୁଇ ଧାଡ଼ି ସମ୍ପାଦନା କରିବା ବ୍ୟତୀତ ଏହି ଘଟଣାରେ ତାଙ୍କର ଅଧିକ ଭୂମିକା ରହିଛି।

ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତି ଏବଂ ପ୍ରସାରଣରେ ରବି ମୁଖ୍ୟ ଚକ୍ରାନ୍ତକାରିଣୀ ବୋଲି ପୁଲିସ କହିଛି। ପୁଲିସ ଆହୁରି ମଧ୍ୟ ଦାବି କରିଛି ଯେ, ଭାରତୀୟ ରାଜ୍ୟ ପଞ୍ଜାବ ବିରୋଧରେ ଅସନ୍ତୋଷ ବିସ୍ତାର ନିମନ୍ତେ ରବି ଏବଂ ଅନ୍ୟମାନେ ‘ଖଲିସ୍ତାନୀ ପୋଏଟିକ୍‌ ଜଷ୍ଟିସ୍‌ ଫାଉଣ୍ଡେସନ୍‌’କୁ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର