ଭାରତର ଏହି ସ୍ଥାନରେ ଅଛି ବିଶ୍ୱର ସବୁଠାରୁ ବଡ଼ ଅଶୋଧିତ ତୈଳ ବିଶୋଧନକାରୀ ପ୍ଲାଣ୍ଟ

ଟପ-୩ ରିଫାଇନାରୀ କେଉଁଠି ଅଛି ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ଗାଡ଼ିରେ ପକାଉଥିବା ପେଟ୍ରୋଲ ଓ ଡିଜେଲ ମୁଖ୍ୟତଃ ଅଶୋଧିତ ତୈଳକୁ ବିଶୋଧନ କରିବା ପରେ ନିର୍ଗତ ହୋଇଥାଏ | ତେବେ ଆପଣ କେବେ ଭାବିଛନ୍ତି କି ବିଶ୍ୱର ସର୍ବାଧିକ ଅଶୋଧିତ ତୈଳ ବିଶୋଧନ କେଉଁଠାରେ ହୋଇଥାଏ ? ଆଜି ଆମେ ଆପଣଙ୍କୁ ଏବାବଦରେ କହିବୁ | ବିଶ୍ୱର ସବୁଠାରୁ ବଡ଼ ତୈଳ ବିଶୋଧନ ବା ରିଫାଇନାରୀ ପ୍ଲାଣ୍ଟ ଭାରତର ଜାମନଗରରେ ରହିଛି | ଗୁଜୁରାଟର ଜାମନଗରରେ ଥିବା ଏହି ପ୍ଲାଣ୍ଟ ରିଲାଏନ୍ସ ଇଣ୍ଡଷ୍ଟ୍ରି ଦ୍ୱାରା ପରିଚାଳନା ହେଉଥିବାବେଳେ ଭାରତରେ ବ୍ୟବହୃତ ହେଉଥିବା ସମୁଦାୟ ଏକ ତୃତୀୟାଂଶ ପେଟ୍ରୋଲ-ଡିଜେଲ ଏଠାରୁ ହିଁ ଆସିଥାଏ |

୭୫୦୦ ଏକରରେ ପରିବ୍ୟାପ୍ତ ଏହି ରିଫାଇନାରୀ ଦିନକୁ ପ୍ରାୟ ୧୨ ଲକ୍ଷ ୪୦ ହଜାର ବ୍ୟାରେଲ ତୈଳ ବିଶୋଧନ କରିବାର କ୍ଷମତା ରଖିଛି | ୫୦ଟି ପ୍ରୋସେସିଂ ୟୁନିଟ ସହ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା | ରିଲାଏନ୍ସ ରିଫାଇନାରୀ ପରେ ଦ୍ଵିତୀୟ ସର୍ବବୃହତ ବିଶୋଧନକାରୀ ପ୍ଲାଣ୍ଟ ଭେନେଜୁଏଲାର ପାରାଗୁଏନାଠାରେ ରହିଛି | ଏହି ରିଫାଇନାରୀରେ ଦିନକୁ ୯ ଲକ୍ଷ ୫୫ ହଜାର ବ୍ୟାରେଲ ତୈଳ ବିଶୋଧନ ହୋଇଥାଏ |

photo-ns energy

ବିଶ୍ୱର ତୃତୀୟ ସର୍ବବୃହତ ରିଫାଇନାରୀ ସାଉଥ କୋରିଆରେ ରହିଛି | ଏହି ରିଫାଇନାରୀ ଦକ୍ଷିଣ କୋରିଆର ଅଲସନଠାରେ ଥିବାବେଳେ ଏହାର ବିଶୋଧନ କ୍ଷମତା ଦିନକୁ ୮ ଲକ୍ଷ ୫୦ ହଜାର ବ୍ୟାରେଲ ରହିଛି | ଏହି ରିଫାଇନାରୀ ପେଟ୍ରୋଲ, ଡିଜେଲ, ଗ୍ୟାସଲୀନ, ଏଲପିଜି ଉତ୍ପାଦନ କରିଥାଏ |

ସମ୍ବନ୍ଧିତ ଖବର