ଆଫଗାନିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ କାଣ୍ଡ, ବରିଷ୍ଠ ପୁଲିସ କମାଣ୍ଡର ଓ ଗଭର୍ଣ୍ଣର ନିହତ

କାବୁଲ : ଆଫଗାନିସ୍ତାନରେ ଆଜି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । କାନ୍ଦାହାରଠାରେ ଏକ ଉଚ୍ଚସ୍ତରୀୟ ସାମରିକ ବୈଠକ ଚାଲିଥିବାବେଳେ ଜଣେ ନିରାପତ୍ତା କର୍ମଚାରୀ ହଠାତ ଗୁଳିଚଳାଇବାରୁ ଆଫଗାନିସ୍ତାନର ଜଣେ ବରିଷ୍ଠ କମାଣ୍ଡର ଜେନେରାଲ ଅବଦୁଲ ରଜିକ, ଗଭର୍ଣ୍ଣର ଜେଲମାଇ ରେସା ଓ ଜଣେ ଗୁଇନ୍ଦା କମାଣ୍ଡର ନିହତ ହୋଇଛନ୍ତି । ତେବେ ଏହି ବୈଠକରେ ଉପସ୍ଥିତ ଥିବା ଆମେରିକାର ଜଣେ ବରିଷ୍ଠ କମାଣ୍ଡର ଜେନେରାଲ ସ୍କଟ ମିଲର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏକ ବୟାନ ଜାରି କରି ତାଲିବାନ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ଉଭୟ ରଜିକ ଓ ମିଲରଙ୍କୁ ମାରିବା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର