ଇସ୍ଲାମାବାଦ୍: ଭାରତୀୟ ସେନାର ଦକ୍ଷତା ଯେ ପାକିସ୍ତାକୁ କେଉଁ ସ୍ତର ପର୍ଯ୍ୟନ୍ତ ନେଇପାରେ ସେ ନେଇ ସୂଚନା ଦେଇଛନ୍ତି ଜଣେ ଶୀର୍ଷ ଭାରତୀୟ ସେନା ଅଧିକାରୀ। ସେ ଦୃଢ଼ ଭାବରେ କହିଛନ୍ତି କି ପାକିସ୍ତାନର ସମଗ୍ର ଗଭୀରତାର ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାର ସାମରିକ କ୍ଷମତା ଭାରତ ପାଖରେ ଅଛି। ଖାଲି ସେତିକି ନୁହେଁ; ଅଧିକାରୀ ଜଣକ ଆହୁରି ବି କହିଛନ୍ତି ଯେ ‘‘ଯଦି ପାକିସ୍ତାନ ସେନା ରାୱଲପିଣ୍ଡିରୁ ଏହାର ମୁଖ୍ୟାଳୟ ସ୍ଥାନାନ୍ତର କରେ, ତେବେ ଏହାକୁ ଲୁଚାଇବା ପାଇଁ ଏକ ଗଭୀର ଗାତ ଖୋଜିବ ପାକିସ୍ତାନ।’’
"ସମ୍ପୂର୍ଣ୍ଣ ପାକିସ୍ତାନ ଆମ ପରିସର ମଧ୍ୟରେ ଅଛି," ସେନା ବାୟୁ ପ୍ରତିରକ୍ଷା ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସୁମେର ଇଭାନ ଡି'ଚୁହ୍ନା ଗଣମାଧ୍ୟମ ସଂସ୍ଥା ଏଏନ୍ଆଇ ସହିତ ଏକ ସାକ୍ଷାତକାରରେ ଦେଶର ସାମରିକ କ୍ଷମତା ଉପରେ ଆଲୋକପାତ କରି କହିଛନ୍ତି।
"ଭାରତ ପାଖରେ ପାକିସ୍ତାନର ଗଭୀରତା ପର୍ଯ୍ୟନ୍ତ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଅଛି। ସମଗ୍ର ପାକିସ୍ତାନ ଆମ ପରିସର ମଧ୍ୟରେ ଅଛି। ରାୱଲପିଣ୍ଡିରୁ କେପିକେ କିମ୍ବା ଯେଉଁଠାକୁ ସେମାନେ ଯିବାକୁ ଚାହାଁନ୍ତି; ସେଠାକୁ ଯାଇପାରିବ। ମାତ୍ର ସେଗୁଡ଼ିକ ସମସ୍ତ ଆମ ପରିସର ମଧ୍ୟରେ ଅଛି," ବୋଲି ସେନା ଅଧିକାରୀ କହିଛନ୍ତି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନା ଭିତରେ ଭାରତୀୟ ସେନା ବିଶେଷକରି ସୀମାରେ ଥିବା ଅନେକ ପାକିସ୍ତାନୀ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲେ। ତଥାପି, ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହାର ପ୍ରଭାବ ରାୱଲପିଣ୍ଡିରେ ଗଭୀର ଭାବରେ ଅନୁଭୂତ ହୋଇଥିଲା, ଯେଉଁଠାରେ ପାକିସ୍ତାନୀ ସେନାର ମୁଖ୍ୟାଳୟ ଅବସ୍ଥିତ।
ଏହି ଅଭିଯାନର ସଫଳତା ପାଇଁ ଉନ୍ନତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ଶ୍ରେୟ ଯାଉଛି। ଯେଉଁଥିରେ ଦୂରଗାମୀ ଡ୍ରୋନ୍ ଏବଂ ଯୁଦ୍ଧାସ୍ତ୍ର ଅନ୍ତର୍ଭୁକ୍ତ।