ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ୧୬ଜଣ ପ୍ରଧାନ ବିଚାରପତିଙ୍କୁ ୨୦୦୯ ମସିହାରେ ଦୁର୍ନୀତିଗ୍ରସ୍ତ ବୋଲି କହ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କ ସ୍ପଷ୍ଟୀକରଣ ଏବଂ ଅନୁତାପ ପତ୍ରକୁ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ଆଜି ମନା କରିଦେଇଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ପ୍ରଶାନ୍ତ ଭୂଷଣଙ୍କ ମନ୍ତବ୍ୟ କୋର୍ଟର ଅବମାନନା କି ନୁହେଁ ତାହା ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଆସନ୍ତା ସୋମବାର ଦିନ କୋର୍ଟ ପୁଣି ଏହି ମାମଲାର ଶୁଣାଣି କରିବେ।
ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦୁର୍ନୀତି ସମ୍ପର୍କିତ ବିବୃତ୍ତି କୋର୍ଟର ଅବମାନନା କରୁଛି କି ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ। ତେଣୁ ଆମେ ଏହି ମାମଲାର ଶୁଣାଣି କରିବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ ଭୂଷଣ ୨୦୦୯ରେ ତେହେଲ୍କା ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତର ୧୬ ଜଣ ମୁଖ୍ୟ ବିଚାରପତି ଦୁର୍ନୀତିଗ୍ରସ୍ତ ଅଟନ୍ତି।
ସୁପ୍ରିମ୍ କୋର୍ଟର ୧୬ ବିଚାରପତି ଦୁର୍ନୀତିଗ୍ରସ୍ତ ବିବୃତି ଉପରେ ପ୍ରଶାନ୍ତ ଭୂଷଣଙ୍କ ଅନୁତାପକୁ ଗ୍ରହଣ କଲେ ନାହିଁ ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2020/08/prasant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)