ଦେଶରେ ପ୍ରତିଦିନ ୧ମିଲିୟନ ଟିକାକରଣ କରିବା ପାଇଁ ପ୍ରସ୍ତୁତ ଆପୋଲୋ ହସ୍ପିଟାଲ

ନୂଆଦିଲ୍ଲୀ: ଦିନକୁ ଏକ ମିଲିୟନ୍ କରୋନାଭାଇରସ୍ ଟିକା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛି ଆପୋଲୋ। କିନ୍ତୁ ଟିକା କିପରି ବଣ୍ଟନ କରାଯିବ ଏବଂ ଘରୋଇ ସ୍ୱାସ୍ଥ୍ୟ ସେବା ନେଟୱାର୍କ ଏଥିରେ ଜଡିତ ହେବ କି ନାହିଁ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି।

covid-19: Prepared to administer 1 million Covid-19 vaccines a day: Apollo Hospitals Group, Health News, ET HealthWorld
ET HealthWorld

ଆପୋଲୋର ପରିଚାଳନା ନିର୍ଦ୍ଦେଶକ ସୁନୀତା ରେଡ୍ଡୀଙ୍କ ଅନୁଯାୟୀ, ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ବର୍ତ୍ତମାନ ସୁଦ୍ଧା ୭୧ଟି ହସ୍ପିଟାଲ୍, ଶହ ଶହ କ୍ଲିନିକ୍ ଏବଂ ହଜାରେ ଫାର୍ମାସିରେ ଥିବା ୬,୦୦୦କର୍ମଚାରୀଙ୍କୁ ଟିକା ଦେବା ପାଇଁ ତାଲିମ ଦେଇଛି। ହେଲେ ସରକାର ସାରା ଦେଶରେ ହେବାକୁ ଥିବା ଟିକାକରଣକୁ ନିଜେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ଘରୋଇ କ୍ଷେତ୍ରକୁ ଏ ନେଇ ଅନୁମତି ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବଡ଼ କଥା ହେଲା ଆମେ ଏକା ସାଙ୍ଗରେ କିଭଳି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇପାରିବା, ସେ ନେଇ ଆମେ ଚିନ୍ତା କରୁଛୁ। ସରକାର ଏହା କରିପାରିବେ, କିନ୍ତୁ ଏ ନେଇ ତାଙ୍କୁ ଅଧିକ ସମୟ ଲାଗି। ଘରୋଇ ସ୍ୱାସ୍ଥ୍ୟ ସେବା ନେଟୱାର୍କକୁ ସାମିଲ କଲେ ଟିକାକରଣ ସହଜ ଏବଂ ଶୀଘ୍ର ହେବ। ଆପୋଲୋ ସବୁ ପ୍ରକାରର ପରିସ୍ଥିତିର ସାମ୍ନାକୁ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ ସୁନୀତା ରେଡ୍ଡୀ।

ସମ୍ବନ୍ଧିତ ଖବର