ରାତି ଅଧିଆ ଅପରେସନ୍‌ରେ ଜୈଶ୍‌-ଇ-ମହମ୍ମଦର ବୋମା ପ୍ରସ୍ତୁତକାରୀ ମୁନ୍ନା ଭାଇ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆଁ ଜିଲ୍ଲାଠାରେ ଶୁକ୍ରବାର ମଧ୍ୟରାତ୍ରରେ ସେନା ପକ୍ଷରୁ ହୋଇଥିବା ଅପରେସନରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ଶୀର୍ଷ ସ୍ତରୀୟ କମାଣ୍ଡର୍‌ ମୁନ୍ନା ଭାଇ ନିହତ ହୋଇଥିବା ସୂଚନା ରହିଛି। ଏହି ଅପରେସନରେ ମୁନ୍ନା ଭାଇ ସହିତ ତା’ର ସହଯୋଗୀ ଜିନତ୍‌-ଅଲ୍‌-ଇସ୍‌ଲାମ ବି ନିହତ ହୋଇଛି। ମୁନ୍ନା ଭାଇ ଜୈଶ୍‌ ସଂଗଠନରେ ରହି ବୋମା ଶକ୍ତିଶାଳୀ ଆଇଇଡି ବୋମା ପ୍ରସ୍ତୁତ କରୁଥିଲା।

Hindustan Times

ଛୋଟା ବୁର୍ମି ନାମରେ ଜଣା ଯାଉଥିବା ମୁନ୍ନା ପାକିସ୍ତାନର ନାଗରିକ । ଦକ୍ଷିଣ କଶ୍ମୀରରେ ହୋଇଥିବା ଅନେକଗୁଡ଼ିଏ ଆଇଡି ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ସେ। ମୁନ୍ନା ଓ ଅପରେସନରେ ନିହତ ହୋଇଥିବା ତା’ର ଏହି ସହଯୋଗୀ କେବଳ ଦକ୍ଷିଣ କଶ୍ମୀରର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଘଟାଇ ନାହାନ୍ତି, ବରଂ ସ୍ଥାନୀୟ ଅଞ୍ଚଳରେ ଅନେକ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ବି ଦେଉଥିଲେ ବୋଲି ସୂଚନା ମିଳିଥିଲା।

ସୋପିଆଁ ଜିଲ୍ଲାର ବନ୍ଦେ ମୋହଲା ବୋନବଜାର ଅଞ୍ଚଳରେ ସୁରକ୍ଷା ବଳ ଦ୍ୱାରା ହୋଇଥିବା କାର୍ଡନ ଏବଂ ସର୍ଚ ଅପରେସନ ଫଳରେ ଏକ ବଡ଼ ସଫଳତା ମିଳିପାରିଛି ବୋଲି ଶନିବାର ପୁଲିସ୍‌ ସୂଚନା ଦେଇଛି। ଗତକାଲି ସଂଧ୍ୟାରେ ହୋଇଥିବା ଏହି ସର୍ଚ ଅପରେସନରେ ମୁନ୍ନା ଭାଇ ସହିତ ତା’ର ସହଯୋଗୀ ଜିନତ୍‌-ଅଲ୍‌-ଇସ୍‌ଲାମ ଗୁଳି ଖାଇ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର