ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଓ୍ଵନ୍ତିିପୋରା ଠାରେ ହୋଇଥିବା ଏକ ଏନକାଉଣ୍ଟରରେ ଜୈସ୍‌-ଏ-ମହମ୍ମଦ (ଜେଇଏମ୍‌)ର କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ନିହତ ହୋଇଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଅଓ୍ଵନ୍ତିପୋରାର ଟ୍ରାଲ ଅଞ୍ଚଳର ତିଲୱାନି ମୋହାଲା ଠାରେ ଘଟଥିବା ଗୁଳି ବିନିମୟ ଘଟଣାରେ ପ୍ରାଣ ହରାଇଛି ଏହି ଟପ୍‌ ଜୈସ୍‌ କମାଣ୍ଡର ଶାମ ସୋଫି।

Advertisment

ଟପ୍‌ ଜୈସ୍‌ କମାଣ୍ଡର ଶାମ ସୋଫିର ନିହତ ହେବା ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀରର ପୁଲିସ୍‌ ଇନ୍‌ସପେକ୍ଟର ଜେନେରାଲ ବିଜୟ କୁମାର। ଆଇଜି ବିଜୟ କୁମାର କହିଛନ୍ତି ଯେ ନିହତ ଆତଙ୍କବାଦୀ ସୋଫି ବିଦେଶୀ ଜେଏମ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିଲା। ସୋଫିକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ ସକ୍ରିୟ ହୋଇଥିଲା ଏବଂ ଜୈସ୍‌ ଆତଙ୍କବାଦୀଙ୍କ ଦ୍ୱାରା ସଂଘଟିତ ଅନେକ ହତ୍ୟା ଘଟଣାରେ ସେ ଜଡିତ ଥିଲା। ବିଶେଷ କରି ସେ ବିଦେଶୀ ଜୈସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ବିଭିନ୍ନ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରାଉଥିଲା।

ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ତିଲୱାନି ମୋହଲା ୱାଗଗଡରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ନିର୍ଦ୍ଦିିଷ୍ଟ ସୂଚନା ପାଇପରେ ଏହି ଏନ୍‌କାଉଣ୍ଟର ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗତ ଦୁଇ ଦିନ ମଧ୍ୟରେ ଜାମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପାଞ୍ଚଟି ପ୍ରମୁଖ ଅପରେସନ କରାଯାଇଥିବା ଜାଣିବାକୁ ମିଳିଛି।