ଲସ୍କର-ଇ-ତୋଇବା କମାଣ୍ଡର ନାଦିମ ଅବରାର କଶ୍ମୀରରୁ ଗିରଫ 

ଶ୍ରୀନଗର: କଶ୍ମୀରର ସୁରକ୍ଷା ବାହିନୀ ତଥା ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର-ଇ-ତୋଇବାର କମାଣ୍ଡର ନାଦିମ ଅବରାରକୁ ଆଜି ଗିରଫ କରିଛି ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ । ଏନେଇ କଶ୍ମୀର ଜୋନ ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |

ଟୁଇଟରେ ଲେଖାଯାଇଛି ଯେ, ଟପ ଲସ୍କର-ଇ-ତୋଇବା କମାଣ୍ଡର ନାଦିମ ଅବରର ଗିରଫ | ସେ ଅନେକ ହତ୍ୟାରେ ସମ୍ପୃକ୍ତ ଥିଲା। ଆମ ପାଇଁ ଏହା ଏକ ବଡ ସଫଳତା ବୋଲି ଲେଖିଛନ୍ତି କାଶ୍ମୀର ଜୋନର ଆଇଜିପି ବିଜୟ କୁମାର | ଶ୍ରୀ କୁମାର ଗିରଫ ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିବାବେଳେ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ବାହିନୀ ଅବରାର ଏବଂ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ସହରର ଉପକଣ୍ଠରେ ଥିବା ପରିମପୋରାର ଏକ ଚେକପଏଣ୍ଟରୁ ଗିରଫ କରିଛି । ଗିରଫ ପରେ ସୁରକ୍ଷା ବାହିନୀ ଉଭୟଙ୍କ ନିକଟରୁ ପିସ୍ତଲ ଏବଂ ଗ୍ରେନେଡ ଜବତ କରିଛନ୍ତି।

ପୁଲିସର ସୂଚନାନୁସାରେ, ଚଳିତ ବର୍ଷ ଆରମ୍ଭରେ କଶ୍ମୀରର ଲାଓପୋରାରେ ତିନିଜଣ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କର୍ମଚାରୀଙ୍କ ହତ୍ୟାରେ ଅବରାର ସମ୍ପୃକ୍ତ ଥିଲା।

ସମ୍ବନ୍ଧିତ ଖବର