ଜମ୍ମୁ: ପାକିସ୍ତାନ ଅଧିକୃତ କଶ୍ମୀରର ରୱାଲକୋଟ୍ରେ ଥିବା ‘ଅଲ୍-କ୍ବୁଦୁସ୍’ ମସ୍ଜିଦ୍ ଭିତରେ ଶୁକ୍ରବାର ଦିନ ଅଜ୍ଞାତ ବନ୍ଧୁକଧାରୀମାନେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍-ଏ-ତୈବା’ର ଜଣେ ଶୀର୍ଷସ୍ତରୀୟ କମାଣ୍ଡର୍ଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ନିହତ ଆତଙ୍କବାଦୀ ହେଉଛନ୍ତି ରିୟାଜ୍ ଅହମଦ୍ ଓରଫ୍ ଅବୁ କାସିମ୍। ସଂଗୃହୀତ ସୂଚନା ଅନୁସାରେ, ନମାଜ ପଢ଼ିବାକୁ କୋଟ୍ଲିରୁ ‘ଅଲ୍-କ୍ବୁଦୁସ୍’ ମସ୍ଜିଦ୍କୁ ଆସିଥିବା ରିୟାଜ୍ ଅହମଦ୍ଙ୍କ ମୁଣ୍ଡରେ ଅତି ନିକଟରୁ ଗୁଳି ମରାଯାଇଥିଲା।
Image Courtesy of News18ଉଲ୍ଲେଖଯୋଗ୍ୟ ଜାନୁଆରି ୧ ତାରିଖରେ ହୋଇଥିବା ଧାଙ୍ଗ୍ରି ଆତଙ୍କବାଦୀ ଆକ୍ରମଣ ଘଟଣାର ସେ ଥିଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ। ରାଜୌରି ଜିଲ୍ଲା ଅନ୍ତର୍ଗତ ଧାଙ୍ଗ୍ରି ଗ୍ରାମରେ ଆକ୍ରମଣ କରି ଆତଙ୍କବାଦୀମାନେ ନିର୍ବିଚାର ଭାବେ ଗୁଳି ଚଳାଇବାରୁ ୭ଜଣ ପ୍ରାଣ ହରାଇଥିଲେ ଓ ୧୩ଜଣ ଆହତ ହୋଇଥିଲେ। ଏହାଛଡ଼ା, ସେମାନେ ରଖିଯାଇଥିବା ଡିନାମାଇଟ୍ ମଧ୍ୟ ତହିଁ ଆର ଦିନ ସେଠାରେ ବିସ୍ଫୋରିତ ହୋଇଥିଲା। ସେଥିପାଇଁ ସେ ଭାରତର ‘ମୋଷ୍ଟ୍ ୱାଣ୍ଟେଡ୍’ ଆତଙ୍କବାଦୀ ତାଲିକାରେ ଥିଲେ।
Image Courtesy of Times Nowଜମ୍ମୁ ଅଞ୍ଚଳର ମୂଳ ବାସିନ୍ଦା ଅହମଦ୍ ୧୯୯୯ରେ ବଡ଼ ବିପଜ୍ଜନକ ପରିସ୍ଥିତିରେ ସୀମା ଆରପାରିକୁ ଚାଲିଯାଇଥିଲେ। ସୀମାନ୍ତ ଜିଲ୍ଲା ପୁଞ୍ଚ୍ ଓ ରାଜୌରିରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା ବୋଲି ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି।
ଏହାଙ୍କୁ ମିଶାଇ ଚଳିତ ବର୍ଷ ସୀମା ଆରପାରିରେ ଥାଇ ଦେଶ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିବା ୪ଜଣ ଶୀର୍ଷସ୍ତରୀୟ ଆତଙ୍କବାଦୀ କମାଣ୍ଡର୍ ନିହତ ହେଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Terrorist-Killed-Who-Went-For-Namaz_Thumbnail.jpg)