ନୂଆଦିଲ୍ଲୀ: ଆକ୍ରମଣ ମୁଦ୍ରାରେ ଭାରତୀୟ ଯବାନ । ବାନ୍ଦିପୁରାରେ ଏନକାଉଣ୍ଟର କଲେ ଯବାନ । ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ଅଲତାଫ୍ ଲଲ୍ଲୀ ମୃତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ୍ କମାଣ୍ଡର ।
ତେବେ ଟପ୍ କମାଣ୍ଡର ନିପାତ ହେବା ସହ ଦୁଇ ଯବାନ ମଧ୍ଯ ଆହତ ହୋଇଛନ୍ତି । ଆଜି ସକାଳେ ବାନ୍ଦିପୁରାରେ ଆତଙ୍କୀ-ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଜଣେ ଆତଙ୍କୀ ଆହତ ହୋଇଥିବା ଖବର ମିଳିଥିବା ବେଳେ ଏବେ ଟପ୍ କମାଣ୍ଡର ମିପାତ ହୋଇଥିବା ଖବର ଆସୁଛି ।
ସେପଟେ ପେହଲଗାମ୍ ଆତଙ୍କୀ ହମଲା ପରେ ଶ୍ରୀନଗରେ ପହଞ୍ଚିଛନ୍ତି ସେନାଧ୍ଯକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ପେହଲଗାମ୍ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ।
ଅନ୍ୟପଟେ ଅନନ୍ତନାଗ ଜିଲ୍ଲାର ବିଜବେହରା ଗୋରୀ ଅଞ୍ଚଳରେ ରହୁଥିବା ଆତଙ୍କବାଦୀ ଆଦିଲ ହୁସେନ ଥୋକରର ଘରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଖାଲି ସେତିକି ନୁହେଁ ଆଉ ଜଣେ ଆତଙ୍କବାଦୀ ଆଶିଫ ଶେଖ ର ଘରକୁ ବି ଭାଙ୍ଗି ଦେଇଛନ୍ତି ସୁରକ୍ଷାକର୍ମୀ । ତ୍ରାଲରେ ଥିବା ଘରକୁ ବୁଲଡୋଜର ଚଳାଇ ଭାଙ୍ଗିଛନ୍ତି ସ୍ଥାନୀୟ ପ୍ରଶାସନ । ତେବେ ଦୁହେଁ ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏମାନେ ସାହାଯ୍ୟ କରି ପହଲଗାମ ବୈସରନରେ ବଡ ଆକ୍ରମଣ କରିବାରେ ସାହାଯ୍ଯ କରିଥିବା ଅଭିଯୋଗ ଥିବାରୁ ସେମାନଙ୍କ ଉପରେ ଆକ୍ସନ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/25/31w9kbZdwAC9PdFWvy4d.jpg)