ଝାଡ଼ଖଣ୍ଡରୁ ଗିରଫ ହେଲେ ୧ କୋଟି ପୁରସ୍କାର ଘୋଷିତ ଶୀର୍ଷସ୍ତରୀୟ ମାଓ ନେତା ଓ ତାଙ୍କ ପତ୍ନୀ: ପୁଲିସ

ରାଞ୍ଚି: ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଶୀର୍ଷସ୍ତରୀୟ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଷନ୍‌ ଦା’ ଏବଂ ତାଙ୍କ ପତ୍ନୀ ଶୀଲା ମାର୍ଣ୍ଡିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବିଭିନ୍ନ ଅପରାଧିକ ମାମଲାରେ ଖୋଜା ଯାଉଥିବା ବୋଷ୍ ମାଓ ସଙ୍ଗଠନ କେନ୍ଦ୍ରୀୟ କମିଟିର ଜଣେ ବରିଷ୍ଠ ନେତା ଏବଂ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟୁରୋ ‘ସିପିଆଇ’ (ମାଓବାଦୀ) ମଧ୍ୟ ସଚିବ ଅଟନ୍ତି। ମାର୍ଣ୍ଡି ମଧ୍ୟ ଶୀଲା ମଧ୍ୟ ଜଣେ ଦୁର୍ଦାନ୍ତ ମାଓବାଦୀ ଓ ‘ସିପିଆ’ର (ମାଓବାଦୀ) ସଦସ୍ୟ।

Image Courtesy of The New Indian Express

ଗୁଇନ୍ଦା ତଥ୍ୟକୁ ଆଧାର କରି ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା ବୋଲି ଉକ୍ତ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ବୋଷ୍‌ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସମେତ କ‌େତେଗୁଡ଼ିଏ ରାଜ୍ୟରେ ମାଓ କାର୍ଯ୍ୟକଳାପ ଦାୟିତ୍ବରେ ଥିଲେ। ସାରଣ୍ଡା ଅରଣ୍ୟରେ ଥାଇ ସେ ଏସବୁ କାର୍ଯ୍ୟ ଚଳାଉଥିଲା ବୋଲି ମନେହେଉଥିବା କଥା ସେ କହିଛନ୍ତି।

ସମ୍ବନ୍ଧିତ ଖବର