ନୂଆଦିଲ୍ଲୀ: ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) | ଜୁନ୍ ୧୮ ରେ "ସେଭ ଦ ସେଭିଅର" ସ୍ଲୋଗାନ ଦେଇ ଆଇଏମ୍ଏ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିବା ଜଣାପଡିଛି। ଏକ ବିବୃତ୍ତିରେ ଆଇଏମ୍ଏ ଦେଶର ସମସ୍ତ ରାଜ୍ୟ ତଥା ସ୍ଥାନୀୟ ଶାଖାଗୁଡ଼ିକୁ କଳା ବ୍ୟାଜ୍, ମାସ୍କ, ରିବନ୍, ସାର୍ଟ ପିନ୍ଧି ଡାକ୍ତରଙ୍କ ଉପରେ ହେଉଥିବା ହିଂସା ବିରୋଧରେ ସଚେତନତା ଅଭିଯାନ ଚଳାଇବାକୁ କହିଛନ୍ତି |
ଆଇଏମ୍ଏ ଆହୁରି ମଧ୍ୟ କହିଛି ଯେ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଆୟୋଜିତ ହେବ ଏବଂ ସେମାନେ ସ୍ଥାନୀୟ ଏନଜିଓ ଏବଂ ସ୍ବେଚ୍ଛାକୃତ ସେବା ନେତାମାନଙ୍କୁ ମଧ୍ୟ ଭେଟିବେ। ଆସାମ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ଗତ ଦୁଇ ସପ୍ତାହ ମଧ୍ୟରେ ଡାକ୍ତରଙ୍କ ପ୍ରତି ହୋଇଥିବା ହିଂସାକୁ ବିରୋଧ କରି ଏଥିରେ ଅଙ୍କୁଶ ଲଗାଇବା ପାଇଁ ଆଇଏମଏ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି |
ଜୁନ ୧୮ରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ଏହା ପୂର୍ବରୁ ଜୁନ ୧୫ରେ ଜାତୀୟ ଦାବି ଦିବସ ଭାବେ ପାଳନ କରାଯିବ ଏବଂ ବିଭିନ୍ନ ଶାଖା ଦ୍ୱାରା ସାରା ଦେଶରେ ପ୍ରେସ୍ ମିଟ୍ ଅନୁଷ୍ଠିତ ହେବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t-59.jpg)