ନୂଆଦିଲ୍ଲୀ: କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧୁସନ୍ଥମାନଙ୍କୁ ଆହ୍ବାନ ଜଣାଇବାର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅନୁଷ୍ଠିତ ହେଉଥିବା କୁମ୍ଭ ମେଳାକୁ ସମାପ୍ତ କରାଯାଇଛି। ଦେଶର ଅନ୍ୟତମ ଶୀର୍ଷ ସନ୍ଥ ଏବଂ ସାଧୁସଂଘ ଜୁନା ଆଖଡ଼ାର ମୁଖ୍ୟ ସ୍ବାମୀ ଅବଧେଶାନନ୍ଦ ଗିରି ମାସବ୍ୟାପି ଚାଲିବାକୁ ଥିବା କୁମ୍ଭାମଳା ସମୟ ପୂର୍ବରୁ ଶେଷ ହେଲା ବୋଲି ଘୋଷଣା କରିଛନ୍ତି।
ସେ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ହେଉଛି କୋଭିଡ୍ କବଳରୁ ଭାରତର ଲୋକଙ୍କ ସୁରକ୍ଷା । କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆମେ ବିଧିମୁତାବକ କୁମ୍ଭରେ ଆବାହିତ ସମସ୍ତ ଦେବବେବୀଙ୍କୁ ବିସର୍ଜନ କରିଛୁ। ଜୁନା ଅଖଡ଼ା ପାଇଁ ଏହା ହେଉଛି କୁମ୍ଭର ପରିସମାପ୍ତି।
भारत की जनता व उसकी जीवन रक्षा हमारी पहली प्राथमिकता है। #कोरोना महामारी के बढ़ते प्रकोप को देखते हुए हमने विधिवत कुम्भ के आवाहित समस्त देवताओं का विसर्जन कर दिया है। #जूनाअखाड़ा की ओर से यह कुम्भ का विधिवत विसर्जन-समापन है।@narendramodi@AmitShah@ANI@z_achryan@TIRATHSRAWATpic.twitter.com/rOUaqL1egU
— Swami Avdheshanand (@AvdheshanandG) April 17, 2021
କୋଭିଡ୍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ ‘ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଧୁସନ୍ଥଙ୍କୁ ନିବେଦନ କରିଥିଲେ। ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଂଗେ ଆଜି ଫୋନ୍ରେ କଥାବାର୍ତ୍ତା କରିଛି। ସବୁ ସନ୍ଥମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେଲି । ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ।ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।